ଇସ୍ତଫା ଦେଇପାରନ୍ତି ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍

ଇସ୍ତଫା ଦେଇପାରନ୍ତି ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ । ମହମ୍ମଦ ୟୁନୁସ୍ ଖୁବ୍‌ଶୀଘ୍ର ଇସ୍ତଫା ଦେବା ନେଇ ବଢ଼ିଲା ଚର୍ଚ୍ଚା। ରାଜନୈତିକ ଦଳ ସହ ମତଭେଦ ଯୋଗୁଁ ନେଇପାରନ୍ତି ବଡ଼ ନିଷ୍ପତ୍ତି । ଦେଶର ଅସ୍ଥିରତା ସ୍ଥିତି ଯୋଗୁଁ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା । ବାଂଲାଦେଶ ଆର୍ମି ମୁଖ୍ୟଙ୍କ ସହ ବି ଲାଗି ରହିଛି ମତଭେଦ ।

Muhammad Yunus may resign

ଗୁରୁବାର ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ଦ୍ୱାରା ପ୍ରତିବାଦ ଏବଂ ଗୋଟିଏ ଦିନ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କ ଦ୍ୱାରା କଡ଼ା ଚେତାବନୀ ପରେ ଏପରି କହିଛନ୍ତି ୟୁନୁସ୍‌।

ସରକାରୀ ବିଭାଗ ଏବଂ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଛାତ୍ର ନେତାମାନେ ଏହି ସମୟରେ ଢାକାରେ ପ୍ରତିବାଦ ଆରମ୍ଭ କରିଛନ୍ତି। ସେନା କ୍ୟାଣ୍ଟନମେଣ୍ଟକୁ ମାର୍ଚ୍ଚ କରିବା ପାଇଁ ଯୁବକ ଏବଂ ଇସଲାମବାଦୀମାନଙ୍କୁ ଏକତ୍ର କରୁଛନ୍ତି।

ୟୁନୁସଙ୍କ ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ସେ କହିଛନ୍ତି କି ଯଦି ସବୁ ପକ୍ଷରୁ ସମର୍ଥନ ନମିଳେ ତେବେ ମୁଁ ଇସ୍ତଫା ଦେଇଦେବି। ନିର୍ବାଚନ ଯେତେବେଳେ ବି ହୁଏ; ବାଂଲାଦେଶର ଶୀର୍ଷ‌ ନେତା ଭାବେ ୟୁନୁସଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ।

ଚାକିରି ସଂରକ୍ଷଣ ବିରୋଧରେ ଛାତ୍ରମାନଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଶେଖ ହସିନା ବିରୋଧୀ ଆନ୍ଦୋଳନରେ ପରିଣତ ହେବା ପରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୫, ୨୦୨୪ରେ ଢାକା ଛାଡି ପଳାଇବାକୁ ବାଧ୍ୟ‌ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+