ବାଂଲାଦେଶର ପିଲା ଆଉ ପଢ଼ିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କଥା, ନିର୍ଦ୍ଦେଶ ଦେଲେ ସରକାର
ପୁଣି ଚର୍ଚ୍ଚାରେ ବାଂଲାଦେଶ ରାଜନୀତି । ହସିନାଙ୍କ ସରକାର ଯିବା ପରେ ଏବେ ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ବାଂଲା ସରକାର । ରାଷ୍ଟ୍ରୀୟ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ବୋର୍ଡ ପକ୍ଷରୁ କୁହାଯାଇଛି କି, ଆଗାମୀ ବର୍ଷ ପିଲାମାନେ ଯେଉଁ ପାଠ ପଢିବେ ସେଥିରୁ ଶେଖ ହସିନାଙ୍କ ସମ୍ପର୍କରେ କିଛି ଉଲ୍ଲେଖ ରହିବନି । ଏମିତିକି ପୂର୍ବ ସରକାରଙ୍କ କାଳରେ ଐତିହାସିକ କଥାକୁ ଯେଉଁପରି ଭାବରେ ବଢେଇ ଚଢେଇ କୁହାଯାଇଛି ସେଥିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ବାଂଲାର ବର୍ତ୍ତମାନ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

ଅଗଷ୍ଟରେ ବାଂଲାରେ ଭୟଙ୍କର ଭାବରେ ହିଂସା ବଢିଥିଲା । ଏମିତିକି ସଂରକ୍ଷଣକୁ ନେଇ ସେଠାରେ ନିଆଁ ଜଳିଥିଲା । ହିନ୍ଦୁଙ୍କ ଉପରେ ଆକ୍ରମଣ ବି ବଢିଥିଲା । ଏମିତି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ହିଂସାକୁ ପ୍ରତିହତ କରିବାରେ ଫେଲ ମାରିଥିଲେ । ସ୍ଥିତି ଏମିତି ହୋଇଥିଲା ବାଂଲାର ସେନା ପିଏମଙ୍କୁ କିଛି ସମୟ ଦେଇଥିଲା । ଦେଶର ଉତ୍କଟ ସ୍ଥିତିରେ ଦେଶ ଛାଡ଼ି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭାରତ ପଳାଇ ଆସିଥିଲେ ହସିନା । ପରେ ପରେ ବାଂଲାକୁ ନେଇ ଯେଉଁ ବୟାନ ରଖିଥିଲେ ତାହାକୁ ଏବେର ସରକାର ନାପସନ୍ଦ କରିବା ସହିତ ହସିନାଙ୍କ ଏବଂ ତାଙ୍କ ଦଳ ନାଁରେ ମକଦ୍ଦମା ରୁଜୁ କରିଥିଲା । ଏବେ ବାଂଲା ସରକାରଙ୍କ ପକ୍ଷରୁ ଭାରତ ବିଦେଶ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇ ହସିନାଙ୍କୁ ବାଂଲାଦେଶ ଫେରାଇବାକୁ ନିବେଦନ ବି କରାଯାଇଛି । ଏହାରି ଭିତରେ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବାକୁ ସ୍ଥାନୀୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନସିଟିବି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚତୁର୍ଥରୁ ପଞ୍ଚମ ଏବଂ ଷଷ୍ଠରୁ ନବମ ପର୍ଯ୍ୟନ୍ତ ଶ୍ରେଣୀର ପୁସ୍ତକ ବଦଳାଯିବ । କିନ୍ତୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ବହିରୁ ହଟିବ ହସିନାଙ୍କ ବୟାନ
ବାଂଲାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଯେଉଁ ବୟାନ ଦେଇଥିଲେ ତାହାକୁ ଆଗାମୀ ଶିକ୍ଷାନୀତିରୁ ହଟାଇଦିଆଯିବ । କାରଣ ପୂର୍ବରୁ ପିଲାମାନେ ପଢୁଥିବା ବହିରେ ହସିନାଙ୍କ ବୟାନ ଓ ବିଭିନ୍ନ ଘୋଷଣା ସମ୍ପର୍କରେ ପିଲାଏ ପଢୁଥିଲେ । ଏମିତିକି ବାଂଲାର ନାୟକ ବୋଲି ହସିନାଙ୍କୁ ବିବେଚନା କରାଯାଇଥିଲା । ଯାହା ଏବେ ହଟାଇ ଦିଆଯିବ ।












Click it and Unblock the Notifications