ଭାରତକୁ ପୁଣି ଚିଠି ଲେଖିଲା ବାଂଲାଦେଶ ; ଶେଖ୍ ହସିନାଙ୍କୁ ଶୀଘ୍ର ପଠାଅ, ନଚେତ୍....

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇବାକୁ ଭାରତକୁ ଚିଠି ଲେଖିଲା ବାଂଲାଦେଶ। ଭାରତରୁ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିବ ଏବଂ ଆବଶ୍ୟକ ପଡ଼ିଲେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଲୋଡ଼ିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏନେଇ ସୂଚନା ଦେଇଛନ୍ତି ବାଂଲାଦେଶର ଆଇନ ପରାମର୍ଶଦାତା ଆସିଫ ନାଜରୁଲ । ସେପଟେ କିନ୍ତୁ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ରିପୋର୍ଟ ଅନୁସାରେ, ଅନ୍ତରୀଣ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ୍ ନଜରୁଲ ସଚିବାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଯଦି ଭାରତ ହସିନାଙ୍କୁ ଫେରାଇ ଆଣିବାକୁ ମନା କରେ, ତେବେ ଏହା ବାଂଲାଦେଶ ଏବଂ ଭାରତ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିର ଉଲ୍ଲଂଘନ କରିବ। ଯଦି ଭାରତ ଏହା କରେ ତେବେ ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ସମୁଦାୟ ପାଖରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ଧମକ ଦେଇଛି ବାଂଲାଦେଶ।

ତେବେ ୧୬ ବର୍ଷ ପୁରୁଣା ଆୱାମୀ ଲିଗ ସରକାରର ଏକ ବିଶାଳ ଛାତ୍ର ଆନ୍ଦୋଳନର ଚାପରେ ପଡ଼ିବା ପରେ ହସିନା ଗତ ବର୍ଷ ଭାରତ ଆସିଥିଲେ । ଗତ ଅଗଷ୍ଟ ୫ ତାରିଖରୁ ସେ ଭାରତରେ ରହିଆସୁଛନ୍ତି। ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ମାନବତା ବିରୋଧୀ ଅପରାଧ ଏବଂ ନରସଂହାର ପାଇଁ ହସିନା ଏବଂ ଅନେକ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା, ସାମରିକ ଏବଂ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି। ଶେଖ ହସିନାଙ୍କୁ ଫେରାଇ ଆଣିବା ପାଇଁ ସରକାର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ଆସିଫ ନାଜରୁଲ।

ସୂଚନାଯୋଗ୍ୟ, ହସିନାଙ୍କୁ ପ୍ରତ୍ୟାର୍ପଣ ପାଇଁ ଗତବର୍ଷ ମଧ୍ୟ ବାଂଲାଦେଶ ଭାରତକୁ କୂଟନୈତିକ ଚିଠି ପଠାଇଥିଲା। ମାତ୍ର କୌଣସି ଉତ୍ତର ମିଳିନଥିଲା । ଏଥର ମଧ୍ୟ ଚିଠି ଲେଖାଯାଇଛି । ଯଦି ଭାରତ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ ନ କରେ, ତେବେ ଏହା ବାଂଲାଦେଶ ଓ ଭାରତ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିର ସ୍ପଷ୍ଟ ଉଲ୍ଲଂଘନ ହେବ। ଶେଖ୍ ହସିନାଙ୍କୁ ଫେରାଇ ଆଣିବା ପାଇଁ ସରକାର ସମସ୍ତ ପ୍ରୟାସ ଜାରି ରଖିବେ। ଆବଶ୍ୟକ ପଡ଼ିଲେ ଅନ୍ତର୍ଜାତୀୟ ସମର୍ଥନ ଲୋଡ଼ାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+