ହସିନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ: ୟୁନୁସ
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ନେଇ ଭାରତ ସରକାରଙ୍କ ନିକଟରେ ବିଧିବଦ୍ଧ ଆବେଦନ କରିବାକୁ ଦେଶର ଅନ୍ତରୀଣ ସରକାର ଯୋଜନା କରିଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ଶେଖ ୟୁନୁସ୍ ସରକାରଙ୍କ ଏହି ଯୋଜନା ସମ୍ପର୍କରେ କହିଛନ୍ତି। ଅନ୍ତରୀଣ ସରକାରକୁ ୧୦୦ ଦିନ ପୂରଣ ଅବସରରେ ରବିବାର ଦେଶବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ସମ୍ବୋଧନ କାଳରେ ୟୁନୁସ୍ ଏହା କହିଛନ୍ତି।
ସେ କହିଛନ୍ତି ଯେ ଜୁଲାଇ-ଅଗଷ୍ଟ ମାସରେ ବାଂଲାଦେଶ ହିଂସାରେ ପୀଡିତ ପ୍ରତିଟି ପରିବାରକୁ ତାଙ୍କ ସରକାର ନ୍ୟାୟ ପ୍ରଦାନ କରିବ। ପୀଡିତଙ୍କୁ ନ୍ୟାୟ ପ୍ରଦାନ ଲାଗି ଭାରତରେ ଆତ୍ମଗୋପନ କରିଥିବା ପୂର୍ବତନ ସରକାରର ମୁଖ୍ୟ ହସିନାଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଯୋଜନା କରାଯାଉଛି।

ବାଂଲାଦେଶ ହିଂସା ପାଇଁ ଦାୟୀ ହସିନାଙ୍କ ବିରୋଧରେ ଆବଶ୍ୟକ ନ୍ୟାୟିକ ବିଚାର କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସପ୍ତାହେ ପୂର୍ବରୁ ବାଂଲାଦେଶ ସରକାର କହିଥିଲେ ହସିନାଙ୍କୁ ପ୍ରତ୍ୟର୍ପଣ ଲାଗି ଇଣ୍ଟରପୋଲର ସହାୟତା ଲୋଡାଯିବ। ଜୁଲାଇ-ଅଗଷ୍ଟରେ ଦେଶରେ ହୋଇଥିବା ହିଂସାରେ ପ୍ରାୟ ୮୦୦ ଲୋକ ପ୍ରାଣ ହରାଇଥିଲେ। ଏହି ହିଂସାକୁ ନେଇ ଶେଖ ହସିନା ଓ ତାଙ୍କ ଦଳର ନେତାଙ୍କ ବିରୋଧରେ ୬୦ରୁ ଅଧିକ ମାମଲା ରୁଜୁ କରାଯାଇଛି।












Click it and Unblock the Notifications