ପୁଣି ଅଶାନ୍ତ ହେଲା ବାଂଲାଦେଶ, ସମ୍ବିଧାନ ବଦଳାଇବାକୁ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ର
ପୁଣି ଥରେ ବାଂଲାଦେଶରେ ବଡ ପ୍ରତିବାଦ ଆଉ ଏହି ପ୍ରତିବାଦର ମଙ୍ଗ ଧରିଛନ୍ତି କଲେଜ ଛାତ୍ରଛାତ୍ରୀ । ସଙ୍ଗଠନର ନାଁ ଦିଆଯାଇଛି ଆଣ୍ଟି ଡିସ୍କ୍ରିମେନସନ ଷ୍ଟୁଡେଣ୍ଟ ମୁଭମେଣ୍ଟ । ସେମାନଙ୍କ ଦାବୀ ହେଉଛି ୧୯୭୨ ସମ୍ବିଧାନକୁ ବଦଳାଯାଉ ଏବଂ ଭାରତ ବିରୋଧରେ କଡା ଆଭିମୁଖ୍ୟ ନିଅନ୍ତୁ ସରକାର ।

ସାମ୍ବାଦଦିକ ସମ୍ମିଳନୀରେ ସଙ୍ଗଠନର ସଂଯୋଜକ କହିଛନ୍ତି ୩୧ ତାରିଖରେ ଏକ ଘୋଷଣାପତ୍ର ଜାରୀ କରାଯିବ ଆଉ ଏହି ପତ୍ରରେ ଉଲ୍ଲେଖ କରାଯିବ କିପରି ୧୯୭୨ ସମ୍ବିଧାନ ପାଇଁ ଦେଶ ପାଇଁ କ୍ଷତିକାର ରହିଥିଲା ଏବଂ ନୂଆ ସମ୍ବିଧାନ ପାଇଁ ଘୋଷଣାପତ୍ରରେ ଦାବୀ ରହିବ । ବିଏନପି ଏହି ମୁଭମେଣ୍ଟକୁ ସମର୍ଥନ ଦେଇନାହିଁ , ବିନଏପିର ବରିଷ୍ଠ ନେତା କହିଛନ୍ତି ସମ୍ବିଧାନ ବଦଳିବା କଥା ଉଠେଇବା ଏକ ଫାସୀବାଦୀ ଚିନ୍ତାଧାରା , ସମ୍ବିଧାନରେ ଭୁଲ ଥିଲେ ଏହାକୁ ସଂଶୋଧନ କରାଯିବ ହେଲେ ପୁରା ସମ୍ବିଧାନକୁ ବଦଳାଯିବା ଦାବୀର ଯଥାର୍ଥତା ନାହିଁ।












Click it and Unblock the Notifications