ଅତ୍ୟାଚାର ଲଙ୍ଘିଲା ସୀମା; ନିଜ୍ ଅଧିକାର ପାଇଁ ଏକାଠି ହେଲେ ଲକ୍ଷ୍ ଲକ୍ଷ ହିନ୍ଦୁ, ଶୁଭିଲା ହରେ କୃଷ୍ଣ ହରେ ରାମ

ବାଂଲାଦେଶରେ ହିନ୍ଦୁଙ୍କୁ ହେଉଛି ଆକ୍ରମଣ । ଅଳ୍ପ ସଂଖ୍ୟକଙ୍କୁ ହେଉଛି ଟାର୍ଗେଟ । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଆରମ୍ଭ ହୋଇଛି । ହେଲେ ଏତେ ଦିନର ଅତ୍ୟାଚାର ସହି ସହି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ହିନ୍ଦୁ ।

ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଗାଦି ଛଡ଼ାଇ ନେଇଥିଲା । ସେବେଠାରୁ ବାଂଲାଦେଶରେ ସ୍ଥିତି ଖରାପ ହେବାରେ ଲାଗିଛି । ଶାନ୍ତିପୂର୍ଣ୍ଣ ଭାବରେ କରୁଛନ୍ତି ପ୍ରତିବାଦ । ଏକା ସାଙ୍ଗରେ ସମସ୍ତଙ୍କ ଠାରୁ ଶୁଭୁଛି ମହାମନ୍ତ୍ର- ହେରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ । ହରେ ରାମ ହରେ ରାମ, ରାମ ରାମ ହରେ ହରେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା କୋଟି କୋଟି ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି । ହିନ୍ଦୁ ମାନଙ୍କ ଏକତା ଦେଖିଛି ବାଂଲାଦେଶ ।

bangladesh violence

ସେପଟେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ଖଣ୍ଡକର ମୋଶରଫ ହୁସେନ କହିଛନ୍ତି, ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ କେବଳ ଆୱାମୀ ଲିଗ୍ ଉପରେ ନିର୍ଭରଶୀଳ ନୁହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଆଶ୍ରୟ ଦେଇଛି ଭାରତ, ବାଂଲାଦେଶରେ ସ୍ଥିତି ଖରାପ ହେବା ସ୍ୱାଭାବିକ ।

ଟାର୍ଗେଟରେ ହିନ୍ଦୁ ! ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଛି ଆକ୍ରମଣ । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖିଲେ ଆପଣଙ୍କ ଲୋମ ଟାଙ୍ଗୁରି ଉଠିବ । ହିଂସା ଏବଂ ଅଗ୍ନିକାଣ୍ଡ ମଧ୍ୟରେ ଦୁଷ୍କର୍ମକାରୀମାନେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । ଏହି ଆନ୍ଦୋଳନରେ ସାମିଲ୍ ହୋଇଥିବା ହିନ୍ଦୁ ଝିଅଙ୍କୁ ବି ଟାର୍ଗେଟ କରୁଛନ୍ତି । ଘରଗୁଡ଼ିକରେ ନିଆଁ ଲାଗିଯାଇଛି। ଦୋକାନରୁ ଲୁଟ୍ ହେଉଛି । ୨୭ ଟି ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଏବଂ ଦୋକାନକୁ ଟାର୍ଗେଟ କରାଯାଇଛି। ଲୋକମାନେ କହିଛନ୍ତି ଯେ ସାମ୍ପ୍ରଦାୟିକ ଆକ୍ରମଣ ହୋଇ ନ ଥିବା କୌଣସି ଅଞ୍ଚଳ କିମ୍ବା ଜିଲ୍ଲା ବାକି ନାହିଁ । ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଷୟରେ ଦେଶର ବିଭିନ୍ନ ସ୍ଥାନରୁ ନିରନ୍ତର ରିପୋର୍ଟ ଆସୁଛି ।

ଯାହାକୁ ନେଇ ଏବେ ଦିବାଦ ଅଧିକ ହେବ ବୋଲି ଆଶା କରାଯାଉଛି । ଏପଟେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରତିକ ସ୍ଥିତି ଏବଂ ଅତ୍ୟାଚାରର ସମୀକ୍ଷା କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+