ବଢିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଅଡୁଆ, ଗିରଫଦାରି ଓ୍ବାରେଣ୍ଟ୍ ଜାରି କଲେ କୋର୍ଟ
ନୂଆଦିଲ୍ଲୀ : ବାଂଲାଦେଶରେ ହୋଇଥିବା ହିଂସା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେବେଠାରୁ ତାଙ୍କ ବିଷୟରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ। କିନ୍ତୁ ଶେଖ ହାସିନାଙ୍କ ସମସ୍ୟା ବଢିଚାଲିଛି । ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ ଅନ୍ୟ ୪୫ ଜଣ ଆୱାମୀ ଲିଗ୍ ନେତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିବାରୁ ହସିନାଙ୍କ ଶିବିରରେ ଆତଙ୍କ ଖେଳିଯାଇଛି ।

ଛାତ୍ର ଆନ୍ଦୋଳନ ଯୋଗୁ ଅଗଷ୍ଟ ମାସରେ ହସିନା ଦେଶ ଛାଡ଼ି ଭାରତ ଚାଲି ଆସିଥିଲେ। ଏବେ ସେ ଅଜ୍ଞାତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସେ ଭାରତରେ ଥିବା ବେଳେ ତାଙ୍କ ନାଁରେ ଏକାଧିକ ମାମଲା ବାଂଲାଦେଶରେ ରୁଜୁ କରାଯାଇଥିଲା। ଏବେ କୋର୍ଟ ତାଙ୍କୁ ନଭେମ୍ବର ୧୮ ସୁଦ୍ଧା ଗିରଫ କରି ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୭୭ ବର୍ଷୀୟ ହସିନା ୧୫ ବର୍ଷ ଧରି ବାଂଲାଦେଶରେ ଶାସନ କରୁଥିବା ବେଳେ ମାନବାଧିକାରର ଉଲ୍ଲଙ୍ଘନ କରି ଚାଲିଥିଲା। ତାଙ୍କ ଶାସନ ସମୟରେ ବିରୋଧୀଙ୍କୁ ଦମନ କରାଯିବା ସହ ସେମାନଙ୍କ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଜୁଲାଇରୁ ଅଗଷ୍ଟ ମଧ୍ୟରେ ସେ ଏକାଧିକ ନରସଂହାର କରିଥିବା ସେଠାକାର ଆଭ୍ୟନ୍ତରୀଣ ସରକାର କହିଛନ୍ତି।
ବାଂଲାଦେଶରୁ ପଳାଇଆସିବା ପରଠାରୁ ୭୭ ବର୍ଷୀୟ ହାସିନା ସର୍ବସାଧାରଣରେ ଦେଖାଦେଇନାହାଁନ୍ତି । ଭାରତରେ ହସିନା ଶରଣ ନେବା ଉପରେ ଖପ୍ପା ବାଂଲାଦେଶ ସରକାର । ଏହି କାରଣରୁ ସେମାନେ ହସିନାଙ୍କ କୂଟନୈତିକ ପାସପୋର୍ଟକୁ ବାତିଲ କରିଛନ୍ତି।












Click it and Unblock the Notifications