ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଭାରତରୁ ଫେରାଇନେବା ପାଇଁ ଇଣ୍ଟରପୋଲ୍‌ର ସହାୟତା ନେବ ବାଂଲାଦେଶ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଭାରତରୁ ଫେରାଇନେବା ପାଇଁ ସେଠାର ଅନ୍ତରୀଣ ସରକାର ଇଣ୍ଟରପୋଲ୍‌ର ସହାୟତା ନେବେ ବୋଲି ରବିବାର ସୂଚନା ଦେଇଛନ୍ତି।

Bangladesh

ବାଂଲାଦେଶରେ ମାନବତା ବିରୋଧୀ ଅପରାଧରେ ସମ୍ପୃକ୍ତ ଥାଇ ବିଚାରର ସମ୍ମୁଖୀନ ହୋଇଥିବା ଅନ୍ୟ ପଳାତକମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ମଧ୍ୟ ସରକାର ଇଣ୍ଟରପୋଲ୍‌ର ସହଯୋଗ ଲୋଡ଼ିବେ। ଗତ ଜୁଲାଇ-ଅଗଷ୍ଟରେ ବାଂଲାଦେଶରେ ସରକାର ବିରୋଧୀ ଛାତ୍ର ଆନ୍ଦୋଳନ ଜୋର୍‌ ଧରିଥିବାବେଳେ ବଳ ପ୍ରୟୋଗ କରି ଏହାକୁ ଚପାଇଦେବା ପାଇଁ ହାସିନା ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୫ରେ ହାସିନା ଇସ୍ତଫା ଦେଇ ଭାରତ ପଳାଇଥିଲେ। ଆନ୍ଦୋଳନରେ ୭୫୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଆହତ ହୋଇଥିଲେ। ଏହାକୁ ମାନବତା ବିରୋଧୀ ଅପରାଧ ଏବଂ ଗଣହତ୍ୟା ଭାବେ ଅଭିହିତ କରାଯାଇ ହାସିନା ଓ ତାଙ୍କ ଦଳର ନେତାମାନଙ୍କ ବିରୋଧରେ ୬୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି।

ପଳାତକ ଫାସିବାଦୀମାନେ ବିଶ୍ୱର ଯେଉଁଠି ଥାଆନ୍ତୁ ନା କାହିଁିକି ସେମାନଙ୍କୁ ଫେରାଇ ଅଣାଯାଇ କୋର୍ଟରେ ଉତ୍ତରଦାୟୀ କରାଯିବ ବୋଲି ଆଇନ ବ୍ୟାପାର ଉପଦେଷ୍ଟା ଅସିଫ୍‌ ନଜରୁଲ୍‌ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+