ଶେଖ୍ ହସିନାଙ୍କୁ ବାଂଲାଦେଶ ଆଣିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଛାତ୍ର, ଜାଣନ୍ତୁ ଏହା ପଛର କାରଣ...
ଢାକା : ସଂରକ୍ଷଣ ବିରୋଧୀ ଭୟଙ୍କର ଆନ୍ଦୋଳନ ଯୋଗୁ ଇସ୍ତଫା ଦେଇ ଦେଶ ଛାଡ଼ିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ଏମିତିକି ମହମ୍ମଦ ୟୁନୁସ ବାଂଲାଦେଶରେ ଦେଶର ଦାୟିତ୍ୱ ଗ୍ରହଣ କରିବା ପରେ ଏବଂ ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶର ଲୋକଙ୍କ ରାଗ ଶାନ୍ତ ହେଉନାହିଁ ।

ବାଂଲାଦେଶରେ ଛାତ୍ରଛାତ୍ରୀଙ୍କ ସମେତ ଲୋକମାନେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଶେଖ ହସିନାଙ୍କୁ ଭାରତରୁ ଫେରାଇ ଆଣିବାକୁ ସେମାନେ ଦାବି କରୁଛନ୍ତି। ବାଂଲାଦେଶରେ ବିଚାର ହେଲେ ହିଁ ପ୍ରକୃତ ନ୍ୟାୟ ମିଳିବ ବୋଲି ଲୋକେ କହୁଛନ୍ତି। ବାଂଲାଦେଶରେ ଶେଖ୍ ହସିନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋକମାନେ ଚାହୁଁଛନ୍ତି ହସିନାଙ୍କୁ ଦେଶକୁ ଫେରାଇ ଅଣାଯାଉ। ଜଣେ ଛାତ୍ରୀ କହିଛନ୍ତି, ଶେଖ୍ ହସିନା ଆମ ବିରୋଧରେ ଅଭିଯୋଗ ଆଣିଥିଲେ, କିନ୍ତୁ ସେ ଦୁର୍ନୀତିଗ୍ରସ୍ତ ଥିଲେ। ଆମେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଶେଖ ହସିନାଙ୍କୁ ଭାରତ ପଠାଇବାକୁ କହିବାକୁ ଚାହୁଁଛୁ ।












Click it and Unblock the Notifications