ବାଂଲାଦେଶ ଉପରେ ଏଭଳି ମନ୍ତବ୍ୟ ଦେଲେ ତୁଳସୀ, ୟୁନସ ସରକାର କହିଲେ.....
ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ମନ୍ତବ୍ୟକୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତ୍ୟାଖ୍ୟାନ କରିଛି। ସରକାର କହିଛନ୍ତି ଯେ ଏହି ବିବୃତ୍ତି 'କୌଣସି ପ୍ରମାଣ କିମ୍ବା ଠୋସ ଅଭିଯୋଗ ବିନା' ଦିଆଯାଇଥିଲା।
ସୂଚନାଯୋଗ୍ୟ, ସୋମବାର ମଧ୍ୟରାତ୍ରିରେ ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ କାର୍ଯ୍ୟାଳୟ କହିଛି ଯେ ଗାବାର୍ଡଙ୍କ ମନ୍ତବ୍ୟ 'ସମଗ୍ର ଦେଶର ପ୍ରତିଛବିକୁ ଭୁଲ ଭାବରେ ଉପସ୍ଥାପନ କରୁଛି।' ଏକ ଭାରତୀୟ ଟିଭି ଚ୍ୟାନେଲରେ ଗବାର୍ଡଙ୍କ ବିବୃତ୍ତିକୁ 'ବିଭ୍ରାନ୍ତିକର' ବୋଲି ଦର୍ଶାଇ ସରକାର କହିଛନ୍ତି ଯେ ଏହା ବାଂଲାଦେଶର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ। ବିବୃତ୍ତିରେ ଆହୁରି କୁହାଯାଇଛି ଯେ ବାଂଲାଦେଶର ପାରମ୍ପରିକ ଇସଲାମିକ ଅଭ୍ୟାସ ସର୍ବଦା ଅନ୍ତର୍ଭୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ରହିଛି। ଦେଶ ଉଗ୍ରବାଦ ଏବଂ ଆତଙ୍କବାଦ ବିରୁଦ୍ଧରେ ସ୍ଥିର ପ୍ରଗତି ହାସଲ କରିଛି।
ଏକ ଭାରତୀୟ ଚ୍ୟାନେଲକୁ ସାକ୍ଷାତକାର ଦେଇ ତୁଲସୀ ଗବାର୍ଡ କହିଛନ୍ତି ଯେ 'ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଧାର୍ମିକ ସଂଖ୍ୟାଲଘୁମାନେ ଦୀର୍ଘ ସମୟ ଧରି ନିର୍ଯ୍ୟାତିତ, ହତ୍ୟାର ଶିକାର ହୋଇଆସୁଛନ୍ତି। ଏହା ଆମେରିକା ସରକାର ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ।'













Click it and Unblock the Notifications