Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶ ପୋଲିସର ବଡ଼ ଦାବି, ଭାରତ ଆସିଛନ୍ତି ହାଦିଙ୍କ ହତ୍ୟାକାରୀ

ବାଂଲାଦେଶର ଛାତ୍ର ନେତା ଓସମାନ ହାଦିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ପ୍ରମୁଖ ସନ୍ଦିଗ୍ଧ ମେଘାଳୟ ସୀମା ଦେଇ ଭାରତ ପଳାଇ ଯାଇଛନ୍ତି। ଢାକା ମେଟ୍ରୋପଲିଟାନ୍ ପୋଲିସ ଏଭଳି ଦାବି କରିଥିବା ବାଂଲାଦେଶ ଗଣମାଧ୍ୟମ ଡେଲି ଷ୍ଟାରରେ ରିପୋର୍ଟ ପ୍ରକାଶ ପାଇଛି। ଡିଏମପି ମିଡିଆ ସେଣ୍ଟରରେ ଏକ ସମ୍ବାଦିକ ସମ୍ମିଳନୀରେ ଢାକା ଅତିରିକ୍ତ କମିଶନର ଏସଏନ ନଜରୁଲ ଇସଲାମ କହିଛନ୍ତି ଯେ ସନ୍ଦିଗ୍ଧ ଫୈସଲ କରିମ ମାସୁଦ ଏବଂ ଆଲମଗିର ଶେଖ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ମୈମନସିଂର ହାଲୁଆଘାଟ ସୀମା ଦେଇ ଭାରତରେ ପ୍ରବେଶ କରିଛନ୍ତି।

Hadi s

ସେ ପ୍ରତିକ୍ରିୟା ଦେଇ କହିଛନ୍ତି " ଆମକୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଦିଗ୍ଧମାନେ ହାଲୁଆଘାଟ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ। ପାର ହେବା ପରେ, ପ୍ରଥମେ ସେମାନଙ୍କୁ ପୂର୍ତି ନାମକ ଜଣେ ବ୍ୟକ୍ତି ସ୍ୱାଗତ କରିଥିଲେ। ପରେ, ସାମି ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ସେମାନଙ୍କୁ ମେଘାଳୟର ଟୁରା ସହରକୁ ନେଇ ଯାଇଥିଲେ। " ଏଥିରେ ବାଂଲାଦେଶ ପୁଲିସ ଭାରତ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି।

ଏନେଇ ନଜରୁଲ କହିଛନ୍ତି ଯେ ଢାକା ପୋଲିସକୁ ମିଳିଥିବା ଅନୌପଚାରିକ ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧଙ୍କୁ ସହାୟତା କରିଥିବା ଦୁଇ ବ୍ୟକ୍ତିଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ସେମାନଙ୍କ ଗିରଫଦାରୀ ଏବଂ ପ୍ରତ୍ୟର୍ପଣ ସୁନିଶ୍ଚିତ କରିବା ପାଇଁ ଆମେ ଉଭୟ ଆନୁଷ୍ଠାନିକ ଏବଂ ଅନୌପଚାରିକ ଚ୍ୟାନେଲ ମାଧ୍ୟମରେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ଜାରି ରଖିଛୁ ବୋଲି ଢାକା ଅତିରିକ୍ତ କମିଶନର ଏସଏନ ନଜରୁଲ ଇସଲାମ କହିଛନ୍ତି।

ଉସମାନ ହାଦି ଜଣେ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ଭାରତ ଓ ଆୱାମୀ ଲିଗର ଜଣେ କଠୋର ସମାଲୋଚକ ଥିଲେ। ଗତବର୍ଷ ତେଜିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନରେ ସେ ଜଣେ ଛାତ୍ର ନେତା ଥିଲେ। ଶେଖ୍ ହାସିନାଙ୍କର ସେ ପ୍ରବଳ ବିରୋଧୀ ଥିଲେ। ଆନ୍ଦୋଳନରେ ସଫଳ ହେବା ପରେ ହାଦିଙ୍କ ପରିଚୟ ବାଂଲାଦେଶରେ ବଢ଼ି ଯାଇଥିଲା। ସେ ନିଜର ଏକ ରାଜନୈତିକ ଦଳ ଇନ୍କିଲାବ ମଞ୍ଚ ଗଠନ କରିଥିଲେ। ତାଙ୍କରି ନେତୃତ୍ୱରେ ଏହି ଦଳ ଆସନ୍ତା ଫେବ୍ରୁଆରୀରେ ହେବାକୁ ଥିବା ବାଂଲାଦେଶ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତି କରୁଥିଲା। ହେଲେ ନିର୍ବାଚନ ପୂର୍ବରୁ ତାଙ୍କୁ ହତ୍ୟା କରାଇଛି।

ଖବର ଏମିତି ବି ଶୁଣିବାକୁ ମିଲୁଛି ଯେ ବାଂଲାଦେଶରେ ହାଦୀଙ୍କ ପରିଚୟ ବଢ଼ି ଯାଇଥିବାରୁ କାଳେ ସେ ରାଜନୈତିକ କଣ୍ଟା ସାଜି ପାରନ୍ତି ତେଣୁ ତାଙ୍କୁ ୟୁନୁସ ସରକାର ହିଁ ବାଟରୁ ସଫା କରିଦେଇଛନ୍ତି। ଓ ଏହାର ଦୋଷ ଭାରତ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି।ଡିସେମ୍ବର ୧୨ ତାରିଖରେ ଢାକାରେ ମୁଖାପିନ୍ଧା ବନ୍ଧୁକଧାରୀମାନେ ହାଦିଙ୍କ ମୁଣ୍ଡରେ ଗୁଳି ଚଳାଇଥିଲେ। ମୁଣ୍ଡରେ ଗୁଳି ବାଜିବା ପରେ ହାଦି ଗୁରୁତର ହୋଇପଡ଼ିଥିଲେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ସିଙ୍ଗାପୁର ନିଆଯାଇଥିଲା, ସେଠାରେ ୬ ଦିନ ଧରି ଚିକିତ୍ସା ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+