ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ହେଲେ ଇସ୍ତଫା
Bangladesh PM Sheikh Hasina Resigns: ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ହେଲେ ଇସ୍ତଫା । ଯାହା ପରେ ଶହ ଶହ ବିକ୍ଷୋଭକାରୀ ରାଜପ୍ରାସାଦରେ ପ୍ରବେଶ କରିଥିବା ନେଇ ସୂଚନା ରହିଛି ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ଦେଶ ଛାଡି ଭାରତ ପଳାଇ ଆସିଛନ୍ତି । ସୋମବାର ଦିନ ଅପରାହ୍ନରେ ବାଙ୍ଗଲାଦେଶ ଛାଡିଥିବା ନେଇ ସୂଚନା ରହିଛି । ସେତେବେଳେ ତାଙ୍କ ସାନ ଭଉଣୀ ଶେଖ ରେହାନା ମଧ୍ୟ ତାଙ୍କ ସହ ଥିଲେ।
ତେବେ ଗତକିଛି ଦିନ ହେବ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ହିଂସା ଲାଗି ରହିଛି । ଯାହା ପରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ ମାସରୁ ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ 200ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । । ଗତକାଲି ପୁଣି କିଛି ଛାତ୍ର ସଂଗଠନ ଏବଂ ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ।












Click it and Unblock the Notifications