Get Updates
Get notified of breaking news, exclusive insights, and must-see stories!

ଶେଖ ହସିନାଙ୍କୁ ପ୍ରତ୍ୟାର୍ପଣ ପାଇଁ ବାଂଲାଦେଶର ପ୍ଲାନ୍ ପ୍ରସ୍ତୁତ

ଢାକା : ବାଂଲାଦେଶରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି)ର ନବନିଯୁକ୍ତ ମୁଖ୍ୟ ପ୍ରସିକ୍ୟୁଟର ତାଜୁଲ ଇସଲାମ ରବିବାର କହିଛନ୍ତି ଯେ ଗଣହତ୍ୟା ଅଭିଯୋଗର ସମ୍ମୁଖୀନ ହେବାକୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପାଇଁ ଆଇସିଟିରେ ଏକ ଆବେଦନ କରାଯିବ । ଅଗଷ୍ଟ ୫ ରେ ସରକାର ବିରୋଧୀ ବିକ୍ଷୋଭ ଚରମ ସୀମାରେ ପହଞ୍ଚିବା ପରେ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ଏବଂ ଦେଶ ଛାଡି ଭାରତ ଯିବାକୁ ପଡିଥିଲା ।

ତାଜୁଲ ଇସଲାମ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଭାରତ ସହ ପ୍ରତ୍ୟର୍ପଣ ଚୁକ୍ତି ଅଧୀନରେ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ, ଯାହାଦ୍ୱାରା ଜୁଲାଇ ଏବଂ ଅଗଷ୍ଟରେ ଛାତ୍ରଙ୍କ ନେତୃତ୍ୱାଧୀନ ବିକ୍ଷୋଭ ସମୟରେ ଗଣହତ୍ୟା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ। ଭାରତ ସହ ପ୍ରତ୍ୟର୍ପଣ ଚୁକ୍ତିନାମା ଅନୁଯାୟୀ ବାଂଲାଦେଶ ସରକାର ଏହି ଦାବି କରୁଛନ୍ତି। ମହମ୍ମଦ ତାଜୁଲ ଇସଲାମ କହିଛନ୍ତି ଯେ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ଖୁବ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବ।

Bangladesh plans Sheikh Hasina

ବହୁ ହତ୍ୟା ଏବଂ ମାନବୀୟ ଅପରାଧ ମାମଲାରେ ପଞ୍ଜୀକୃତ ହୋଇଥିବା ମାମଲାରେ ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିବା ପାଇଁ ଆନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ ଏକ ଆବେଦନ କରିବ। ସେ କହିଛନ୍ତି ଯେ ଆନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ଅଧିନିୟମରେ ସଂଶୋଧନ କରାଯିବ। ବାଂଲାଦେଶ ସରକାରଙ୍କ ସହିତ ପରାମର୍ଶ ପରେ ଏହି ସଂଶୋଧନ କରାଯିବ।

ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ, ସୂଚନା ଏବଂ ଦସ୍ତାବିଜ ସମଗ୍ର ଦେଶରୁ ସଂଗ୍ରହ କରାଯିବ ଏବଂ ତା'ପରେ ଏହାର ତଦନ୍ତ କରାଯିବ। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ନୁରଜାହାନ ବେଗମ୍ କହିଛନ୍ତି ଯେ ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ହୋଇଥିବା ବିରୋଧ ସମୟରେ ୧୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଗତ ମାସରେ ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ମାନବୀୟ ହିଂସା ଓ ଅପରାଧ ବିରୁଦ୍ଧରେ ଶେଖ ହସିନା ଏବଂ ତାଙ୍କ ସରକାରର ନଅ ଜଣ ଅଧିକାରୀଙ୍କ ବିରୋଧରେ ହୋଇଥିବା ଅପରାଧର ତଦନ୍ତ ଆରମ୍ଭ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+