Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶ ନୌସେନା ଦ୍ବାରା ୧୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ବାଂଲାଦେଶ ଜଳରାଶିରେ ବେଆଇନ ପ୍ରବେଶ କରି ଫସିଲେ ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀ। ମତ୍ସ୍ୟଜୀବିଙ୍କୁ ଗିରଫ କଲା ବାଂଲାଦେଶ ନୌସେନା । ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବାବେଳେ ଦିନ ବାଂଲାଦେଶ ପକ୍ଷରୁ ୨ ଥର ଚଢାଉ କରାଯାଇ ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପ୍ରଥମେ ସୋମ

ଢାକା: ବାଂଲାଦେଶ ଜଳରାଶିରେ ବେଆଇନ ପ୍ରବେଶ କରି ଫସିଲେ ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀ। ମତ୍ସ୍ୟଜୀବିଙ୍କୁ ଗିରଫ କଲା ବାଂଲାଦେଶ ନୌସେନା । ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବାବେଳେ ଦିନ ବାଂଲାଦେଶ ପକ୍ଷରୁ ୨ ଥର ଚଢାଉ କରାଯାଇ ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପ୍ରଥମେ ସୋମବାର ଦିନ ଅଟକ ରଖାଯାଇଥିଲା ।

bangladesh boat

ବାଗେରହାଟ ଜିଲ୍ଲା ପୋଲିସ ମିଡିଆ ସେଲ ଅଧିକାରୀ ଏସଏମ ଆଶ୍ରାଫୁଲ ଆଲାମ କହିଛନ୍ତି ଯେ, "ବାଂଲାଦେଶ ପକ୍ଷରୁ 2ଟି ନୌବାହିନୀ ଜାହାଜ ବନାଉଜା ପ୍ରତି ଏବଂ ଅଲି ହାଇଦର ପାଟ୍ରୋଲିଂରେ ନିୟୋଜିତ ରହିଥିଲେ । ପ୍ରଥମ ପର୍ଯ୍ୟାୟରେ ୬୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ସହ ୪ଟି ମାଛଧରା ଟ୍ରଲରକୁ ଜବତ କରାଯାଇଛି । ପରେ ଦ୍ବିତୀୟଥର ମଙ୍ଗଳବାର ଚଢାଉ କରାଯାଇ ୬୭ ଜଣ ମତ୍ସ୍ୟଜୀବୀ ସହ ୪ଟି ଟ୍ରଲରକୁ ଜବତ କରାଯାଇଛି ।"

fisherman

ତେବେ ଜବତ କରାଯାଇଥିବା ମାଛ ଓ ଅନ୍ୟ ସାମଗ୍ରୀର ମୂଲ୍ୟ ପାଖାପାଖି ୩.୮୦ କୋଟି ଟଙ୍କା ହେବାନେଇ ଆକଳନ କରାଯାଇଛି । ମୋଙ୍ଗଲା ପୋଲିସ ଷ୍ଟେସନର ଅଧିକାରୀ ମହମ୍ମଦ ମୋନିରୁଲ ଇସଲାମ କହିଛନ୍ତି ଯେ, ନୌସେନା ପକ୍ଷରୁ ଅଟକ ମତ୍ସ୍ୟଜୀବୀଙ୍କୁ ସ୍ଥାନୀୟ ପୋଲିସ ଅଧିକାରୀଙ୍କକୁ ହସ୍ତାନ୍ତର କରାଯାଇଛି। ବାଂଲାଦେଶ ସମୁଦ୍ରରେ ବେଆଇନ ମାଛ ଧରିବା ନେଇ ମଧ୍ୟ ମାମଲା ରୁଜୁ କରି ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଏହାସହ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଣ୍ଟକ ସର୍ଭିସରର ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଦିନ ସମସ୍ତ ଭାରତୀୟ ମତ୍ସ୍ୟଜୀବୀ ମାନଙ୍କୁ ଗିରଫ କରାଯାଇ ମୋଙ୍ଗଲା ଥାନାରେ ରଖାଯାଇଛି । ଏହାପରେ ଆସନ୍ତା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମୁଦ୍ରରେ ମାଛ ମାରିବା ଉପରେ ରୋକ ଲଗାଯାଇଛି । ଏହି ସମୟ ଭିତରେ କୌଣସି ମତ୍ସ୍ୟଜୀବି ସମୁଦ୍ର ଭିତରକୁ ପ୍ରବେଶ କରିପାରିବେ ନାହିଁ । ବର୍ତ୍ତମାନ ଗିରଫ ହୋଇଥିବା ମତ୍ସ୍ୟଜିବୀ ମାନଙ୍କୁ କୋର୍ଟ ଫରଓ୍ବାର୍ଡ କରାଯାଇଛି। ସେମାନଙ୍କ ବିରୋଧରେ ପରବର୍ତ୍ତୀ ସମୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+