ହସିନାଙ୍କ ବିରୋଧରେ ପୁଣି ଗିରଫ ପରୱାନା ଜାରି କଲା ବାଂଲାଦେଶ,ଫେବୃଆରୀ ୧୨ ସୁଦ୍ଧା ହାଜର ହୁଅନ୍ତୁ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ହାସିନା ଏବଂ ତାଙ୍କ ପୂର୍ବତନ ପ୍ରତିରକ୍ଷା ପରାମର୍ଶଦାତା ତାରିକ ଅହମ୍ମଦ ସିଦ୍ଦିକ ଏବଂ ପୂର୍ବତନ ଆଇଜିପି ବେନାଜିର ଅହମ୍ମଦଙ୍କ ସମେତ ୧୦ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହା ହସିନାଙ୍କ ବିରୋଧରେ ୨ୟ ଗିରଫ ପରଓ୍ବାନା ।କେବଳ ହସିନା ନୁହନ୍ତି ତାଙ୍କ ପୂର୍ବତନ ପ୍ରତିରକ୍ଷା ପରାମର୍ଶଦାତା
ତାରିକ୍ ଅହମ୍ମଦ ସିଦ୍ଦିକ ଏବଂ ପୂର୍ବତନ ଆଇଜି ବେନଜିର ଅହମ୍ମଦଙ୍କ ସମେତ ମୋଟ ୧୧ ଜଣଙ୍କ ବିରୋଧରେ ନିଖୋଜ ଏବଂ ହତ୍ୟା ଅଭିଯୋଗରେ ଗିରଫ ପରୱାନା ଜାରି କରିଛନ୍ତି। ଜଷ୍ଟିସ ମହମ୍ମଦ ଗୋଲମ ମାର୍ତୁଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଏହି ୧୧ ଜଣଙ୍କୁ ଗିରଫ କରିବା ପାଇଁ ଦୁଇଟି ପିଟିସନ ଦାଖଲ କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୨ ସୁଦ୍ଧା ଶେଖ୍ ହସିନା ଓ ଅନ୍ୟମାନଙ୍କୁ ଗିରଫ କରି ହାଜର କରିବାକୁ ଟ୍ରିବ୍ୟୁନାଲ୍ ବାଂଲାଦେଶ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶୀ ଖବରକାଗଜ 'ଦ ଡେଲି ଷ୍ଟାର'ରେ ଏହି ସୂଚନା ଦିଆଯାଇଛି।

ଗତବର୍ଷ ଟ୍ରିବ୍ୟୁନାଲ ଶେଖ ହସିନା ଏବଂ ଅନ୍ୟ ୪୫ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଛାତ୍ରଙ୍କ ନେତୃତ୍ବାଧୀନ ଆନ୍ଦୋଳନ ସମୟରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ତାଙ୍କ ବିରୋଧରେ ପରୱାନା ଜାରି କରାଯାଇଥିଲା। ଏହି ଆନ୍ଦୋଳନ ଫଳରେ ହସିନାଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା ଏବଂ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ହସିନା ଢାକାରୁ ଭାରତକୁ ପଳାଇ ଆସିଥିଲେ ଏବଂ ସେବେଠାରୁ ଏଠାରେ ରହୁଛନ୍ତି।












Click it and Unblock the Notifications