ପୁଣି ଅଶାନ୍ତ ହେଲା ବାଂଲାଦେଶ ; ହସିନାଙ୍କ ସମର୍ଥ ଓ ସୁରକ୍ଷାବାହିନୀ ମଧ୍ୟରେ ହିଂସା, ୪ ମୃତ ଅନେକ ଆହତ

ବାଂଲାଦେଶୀ ସୁରକ୍ଷା ବାହିନୀ ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସମର୍ଥକଙ୍କ ମଧ୍ୟରେ ଗତକାଲି ଓ ଆଜି ଜୋର୍‌ଦାର ସଂଘର୍ଷ ହୋଇଛି ଏବଂ ପରିସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି। ସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ରାଜଧାନୀ ଢାକାର ୧୦୦ କିମି ଦକ୍ଷିଣ ପଶ୍ଚିମ ଗୋପାଳଗଞ୍ଜ ଜିଲ୍ଲାରେ ଏହା ଘଟିଛି। ଛାତ୍ରମାନଙ୍କର ନେତୃତ୍ବାଧୀନ ଏକ ନୂଆ ରାଜନୈତିକ ଦଳ ଏନ୍‌ସିପି (ନ୍ୟାସନାଲ ସିଟିଜେନ ପାର୍ଟି) ଗତବର୍ଷର ବିଦ୍ରୋହ (ଯାହା ହସିନାଙ୍କୁ ଗାଦିଚ୍ୟୁତ କରିଥିଲା)ର ବର୍ଷ ପୂର୍ତ୍ତି ଅବସରରେ ଏକ ଉତ୍ସବ ଆୟୋଜନ କରିଥିଲା ।

Bangladesh

ଏହି ଅବସରରେ ସେମାନେ ହସିନାଙ୍କ ପୈତୃକ ଘର ଗୋପାଳଗଞ୍ଜ ଜିଲ୍ଲାକୁ ଏକ ପଦଯାତ୍ରା କରିବାପାଇଁ ଘୋଷଣା କରିଥିଲେ ଏବଂ ସେଠାରେ ପୌରା ପାର୍କରେ ଏକ ରୢାଲି ସ୍ଥିର ହୋଇଥିଲା। ଏହାକୁ ହସିନାଙ୍କ ସମର୍ଥକ ବିରୋଧ କରିବାରୁ ବଡ଼ ଧରଣର ହିଂସା ଦେଖିବାକୁ ମିଳିଥିଲା। ଏନ୍‌ସିପି ନେତାମାନେ ପ୍ରାୟ ୨୦ଟି ଗାଡ଼ିରେ ଆ‌ସୁଥିବାବେଳେ ଏହି ସମୟରେ ହସିନାଙ୍କ ସମର୍ଥକ ପୁଲିସ ଉପରେ ଆକ୍ରମଣ କରିଥିଲେ ଏବଂ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସୂଚନାନୁଯାୟୀ, ହସିନାଙ୍କ ଆୱାମୀ ଲିଗ୍‌ କାର୍ଯ୍ୟକର୍ତ୍ତାମାନେ ଆଜି ଉଲପୁର ଅଞ୍ଚଳରେ ଗଛକାଟି ଗୋପାଳଗଞ୍ଜ-ତେକେରହାଟ୍‌ ରାସ୍ତା ଅବରୋଧ କରିଥିଲେ ଏବଂ ଏନ୍‌ସିପି ରୢାଲି ସ୍ଥଳ‌ରେ ଉତ୍ତେଜନା ସୃଷ୍ଟି କରିଥିଲେ। ଏନ୍‌ସିପି ନେତାମାନଙ୍କ ଉପରେ ହସିନାଙ୍କ ସମର୍ଥକମାନେ ଚୌରଙ୍ଗି ନିକଟରେ ଆକ୍ରମଣ କରିବାପରେ ରାଲି ଭଣ୍ଡୁର ହୋଇଥିଲା ଏବଂ ଏହାକୁ ନେଇ ବିଭିନ୍ନ ଅଂଚଳକୁ ହିଂସା ବ୍ୟାପିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+