ଗିରଫ ହେବେ ଶେଖ୍ ହସିନା ! ପାସପୋର୍ଟ ରଦ୍ଦ କଲେ ବାଂଲାଦେଶ ସରକାର
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାସପୋର୍ଟ ରଦ୍ଦ। ଶେଖ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର। ଏଥିମଧ୍ୟରୁ ଅଧିକାଂଶ ନେତା ଏବଂ ବ୍ୟବସାୟୀ ଆୱାମୀ ଲିଗ୍ ସହିତ ଜଡିତ। ଜୁଲାଇରେ ହୋଇଥିବା ବିକ୍ଷୋଭ ସମୟରେ ସେମାନେ ଲୋକଙ୍କୁ ନିଖୋଜ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଶେଖ ହସିନା ଭାରତ ଛାଡି ବାଂଲାଦେଶ ଆଡକୁ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ। ଏହା ପୂର୍ବରୁ ମଙ୍ଗଳବାର ସକାଳେ ଶେଖ ହସିନା ଓ ଅନ୍ୟ ୧୫ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି)ରେ ଆଉ ଏକ ଅଭିଯୋଗ ଦାଖଲ କରାଯାଇଥିଲା।

୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ସମୟରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ଏଥିରେ ଦର୍ଶାଯାଇଛି। ଶଫିକୁଲ ଇସଲାମ ମୁଫତିଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ୨୦୨୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିଲେ, ସେତେବେଳେ ସେଠାରେ ବିକ୍ଷୋଭ ଚାଲିଥିଲା। ସେହି ସମୟରେ ଶେଖ ହସିନାଙ୍କ ସରକାର ବିକ୍ଷୋଭକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ଶଫିକୁଲ ଇସଲାମ ମୁଫତିଙ୍କ ୧୭ ବର୍ଷର ପୁଅ ନିହତ ହୋଇଥିଲା। ଆହୁରି ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା।












Click it and Unblock the Notifications