ଶେଖ ହାସିନାଙ୍କୁ ଲାଗିଲା ବଡ଼ ଝଟକା: ରଦ୍ଧ ହେଲା ପାସପୋର୍ଟ
Sheikh Hasina Passport: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନେଲେ ବଡ଼ ନିଷ୍ପତ୍ତି । ସରକାର ଶେକ ହାସିନାଙ୍କ କାର୍ଯ୍ୟକାଳ ସମୟରେ ସାଂସଦମାନଙ୍କୁ ଦିଆଯାଇଥିବା ସମସ୍ତ ରାଜନୈତୀକ ପାସପୋର୍ଟକୁ ସରକାର ବାତିଲ କରିଛନ୍ତି। ଏହି ନିଷ୍ପତ୍ତି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପାସପୋର୍ଟକୁ ମଧ୍ୟ ରଦ୍ଧ କରାଯାଇଛି । ବାଂଲାଦେଶ ଗୃହ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି ।
ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଆୱାମୀ ଲିଗ୍ ସରକାରଙ୍କ ପୂର୍ବତନ ସାଂସଦଙ୍କର ରାଜନୈତୀକ ପାସପୋର୍ଚକୁ ରଦ୍ଧ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । ମଧ୍ୟବର୍ତ୍ତୀକାଳୀନ ସରକାର ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ପାସପୋର୍ଟ ବାତିଲ ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର କିଛି କାରଣ ଦର୍ଶାଇଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଶେଖ ହାସିନାଙ୍କ ବିରୋଧରେ 44 ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇସାରିଛି । ଆଉ କିଛି ମାମଲା ପଞ୍ଜିକୃତ ହେବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ପାସପୋର୍ଟ ରଦ୍ଧ କରାଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ଏହା ବ୍ୟତୀତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜାରି କରାଯାଇଥିବା ଅନ୍ୟ ସାଂସଦଙ୍କ ପାସପୋର୍ଟ ମଧ୍ୟ ବାତିଲ କରାଯାଇଛି।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପରେ ଶେଖ ହାସିନା ଦେଶ ଛାଡିବା ପାଇଁ ପଡିଥିଲା । ଏହା ପରେ ବିକ୍ଷୋଭକାରୀମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ । ଏପରିକି କିଛି ଖବରକାଗଜରେ ସାମଗ୍ରୀ ଲୁଟ୍ ହେବାର ଖବର ପ୍ରକାଶ ପାଇଥିଲା। ଶେଖ ହାସିନା ଗାଜିଆବାଦର ହିଡେନ ବିମାନବନ୍ଦରରେ ଅବତରଣ କରି ଭାରତରେ ଆଶ୍ରୟ ନେଇଥିଲେ। ବର୍ତ୍ତମାନ ସେ ଦିଲ୍ଲୀରେ ଥିବା ନେଇ ଦାବି କରାଯାଉଛି । ତେବେ ରାଜନୈତୀକ ପାସପୋର୍ଟ ରଦ୍ଧ ହେବା ପରେ ଶେଖ ହାସିନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।












Click it and Unblock the Notifications