ଭାରତ ଉପରେ ଏମିତି କିଛି କହିଦେଲେ ୟୁନସ ସରକାର,ହିନ୍ଦୁଙ୍କୁ ନିର୍ଯାତନା....
ଢାକା : ବାଂଲାଦେଶ ସରକାର ଶନିବାର ଏକ ପୋଲିସ ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି ଯେ ୪ ଅଗଷ୍ଟ, ୨୦୨୪ ପରେ ଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହୋଇଥିବା ଆକ୍ରମଣ ଏବଂ ଭଙ୍ଗାରୁଜାର ଅଧିକାଂଶ ଘଟଣାଗୁଡିକ 'ସାମ୍ପ୍ରଦାୟିକ ନୁହେଁ ବରଂ ରାଜନୈତିକ ପ୍ରକୃତିର' ଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ ସହିତ ଯୋଗାଯୋଗରେ ରହିବା ଏବଂ ସାମ୍ପ୍ରଦାୟିକ ହିଂସାର ସିଧାସଳଖ ରିପୋର୍ଟ ପାଇବା ପାଇଁ ବାଂଲାଦେଶ ପୋଲିସ ଏକ ହ୍ବାଟ୍ସଆପ ନମ୍ବର ଜାରି କରିଛି।
ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ଙ୍କ ପ୍ରେସ ୱିଙ୍ଗ୍ ଏକ ବିବୃତିରେ କହିଛି ଯେ, ସଂରକ୍ଷଣ ବିରୋଧୀ ଆନ୍ଦୋଳନ ମଧ୍ୟରେ ଗତ ବର୍ଷ ଅଗଷ୍ଟ ୫ରେ ବାଂଲାଦେଶ ହିନ୍ଦୁ,ବୌଦ୍ଧ, ଖ୍ରୀଷ୍ଟିଆନ ଏକତା ପରିଷଦ ଦାବି କରିବା ପରେ ପୂଲିସ ତଦନ୍ତ କରିଥିଲା। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶ ଛାଡ଼ିବା ପୂର୍ବ ଦିନଠାରୁ ଚଳିତ ୨୦୨୫ବର୍ଷ ଜାନୁୟାରୀ ୮ ପର୍ଯ୍ୟନ୍ତ ୨,୦୧୦ ଟି ସାମ୍ପ୍ରଦାୟିକ ହିଂସା ଘଟଣାର ରେକର୍ଡ କରାଯାଇଛି।

ସୂଚନାନୁସାରେ, ଏହି ଘଟଣାଗୁଡ଼ିକ ମଧ୍ୟରୁ ୧,୭୬୯ଟି ଆକ୍ରମଣ ମାମଲା ଭଙ୍ଗାରୁଜା ସହିତ ଜଡ଼ିତ ଥିବା ରୁଜୁ କରାଯାଇଥିଲା। ପୁଲିସ ଏପର୍ଯ୍ୟନ୍ତ ମୋଟ ୬୨ ମାମଲା ପଞ୍ଜିକରଣ କରିଛି ଏବଂ ଅନୁସନ୍ଧାନ ଆଧାରରେ ୩୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଏହି ବିବୃତିରେ କୁହାଯାଇଛି ଯେ, ଅନୁସନ୍ଧାନରୁ ଜଣାପଡିଛି, ଅଧିକାଂଶ କ୍ଷେତ୍ରରେ ଏହି ଆକ୍ରମଣ ସାମ୍ପ୍ରଦାୟିକ ନୁହେଁ। ବହୁ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏଥିରେ କୁହାଯାଇଛି, ପୁଲିସର ଅନୁସନ୍ଧାନରୁ ଜଣାପଡିଛି, ୧,୨୩୪ ମାମଲା ରାଜନୈତିକ ମାମଲା ଥିବାବେଳେ ୨୦ଟି ମାମଲା ସାମ୍ପ୍ରଦାୟିକ ଥିଲା। ୧୬୧ ମାମଲା ମିଥ୍ୟା ମାମଲା ଥିଲା।
ବିବୃତି ଅନୁଯାୟୀ, ୫ଅଗଷ୍ଟ ୨୦୨୪ରେ ୧,୪୫୨ ମାମଲା ଘଟିଥିଲା। ଏହା ମୋଟ ମାମଲାର ୮୨.୮ ପ୍ରତିଶତ ଥିଲା। ଅଗଷ୍ଟ ୪ ରେ ୬୫ଟି ମାମଲା ଏବଂ ଅଗଷ୍ଟ ୬ରେ ୭୦ଟି ମାମଲା ଘଟିଥିଲା।












Click it and Unblock the Notifications