ଚିନ୍ମୟ ‌ଦାସଙ୍କୁ ଦେଶଦ୍ରୋହ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କଲା ବାଂଲାଦେଶ

ଗତ ମାସରେ ପୁଲିସ୍‌ ଓ ହିନ୍ଦୁ ସନ୍ୟାସଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ଚିନ୍ମୟ ଦାଙ୍କ ଏବଂ ତାଙ୍କ ଶତାଧିକ ଅନୁଗାମୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା। ଏବେ ଚିନ୍ମୟ ‌ଦାସଙ୍କୁ ଦେଶଦ୍ରୋହ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ଏବେ ସୁଦ୍ଧା ଏହି ମାମଲାରେ ଜଡ଼ିତ ଥିବା ସମୁଦାୟ ୧୬୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୦୦ ଜଣକ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି।

Bangladesh violence

ଏହାପୂର୍ବରୁ, ନଭେମ୍ବର ୨୭ ତାରିଖରେ କୋଟୱାଲି ପୁଲିସ ଷ୍ଟେସନରେ ଦାସଙ୍କ ଗିରଫଦାରୀ ସହ ଜଡ଼ିତ ତିନିଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ଡିସେମ୍ବର ୩ ତାରିଖରେ ଅନ୍ୟ ଏକ ମାମଲା ଦାୟର କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଅଗଷ୍ଟରେ କ୍ଷମତା ଗ୍ରହଣ କରିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। ହିନ୍ଦୁ ଏବଂ ଚିନ୍ମ ଦାଶଙ୍କ ଗିରଫଦାରୀ ସମ୍ପର୍କକୁ ଆହୁରି ତିକ୍ତ କରିଦେଇଛି।

ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ କିଛି ଦିନ ତଳେ ଗିରଫ କରାଯାଇଥିଲା। ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ସତ୍ତ୍ବ ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+