ଦମ୍ଭ ଛାଡ଼ିଲା ବାଂଲାଦେଶ ସରକାର ; ମୋଦିଙ୍କୁ ଲେଖିଲେ ଚିଠି, କହିଲେ..

ବୁଝୁସାରିଲେଣି ୟନୁସ, ଭାରତ ସହ ଲାଗିବା ବାଂଲାଦେଶ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ଏବେ ବାଟକୁ ଆସିଲେଣି । ଭାରତ ସହ ସଂପର୍କକୁ ମଜବୁତ କରିବା ନେଇ ପ୍ରୟାସ ଜାରି ରଖିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ୟୁନୁସ । ଭାରତ ଏବଂ ବାଂଲାଦେଶ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ଦ୍ୱାରା ପରିଚାଳିତ ହୋଇ ସେମାନଙ୍କର ଲୋକଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବେ, ବୋଲି ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠିରେ ଲେଖିଛନ୍ତି।

Bangladesh

ଏନେଇ ନିଜ ଏକ୍ସରେ ପୋଷ୍ଟରେ କରିଛନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ । ଜୁନ୍ ୬ ତାରିଖରେ ଲେଖାଯାଇଥିବା ଏହି ଚିଠିରେ, ୟୁନୁସ୍ କହିଛନ୍ତି ଯେ ମୋଦିଙ୍କ ବାର୍ତ୍ତା ଦୁଇ ଦେଶ ମଧ୍ୟରେ ସହଭାଗୀ ମୂଲ୍ୟବୋଧକୁ ପ୍ରତିଫଳିତ କରେ। ମୁଁ ନିଶ୍ଚିତ ଯେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣାର ଆତ୍ମା ​​ଆମ ଦେଶଗୁଡ଼ିକୁ ଆମ ଲୋକଙ୍କ ମଙ୍ଗଳ ପାଇଁ ଏକାଠି କାମ କରିବାକୁ ମାର୍ଗଦର୍ଶନ ଦେବ ବୋଲି ଲେଖିଛନ୍ତି ୟୁନୁସ ।

ସେ ଆହୁରି ମଧ୍ୟ ବାଂଲାଦେଶର ଜନସାଧାରଣ ଏବଂ ଅନ୍ତରୀଣ ମୁଖ୍ୟ ପରାମର୍ଶଦାତାଙ୍କୁ ମୋଦିଙ୍କ ଇଦ୍-ଉଲ୍-ଆଧା ଶୁଭେଚ୍ଛାର ଜବାବ ଦେଇଛନ୍ତି । ଲେଖିଛନ୍ତି, ଇଦ୍-ଉଲ୍-ଆଧା ହେଉଛି ପ୍ରତିଫଳନର ସମୟ, ଯାହା ସମ୍ପ୍ରଦାୟଗୁଡ଼ିକୁ ଉତ୍ସବ, ତ୍ୟାଗ, ଉଦାରତା ଏବଂ ଏକତାର ଭାବନାରେ ଏକାଠି କରିଥାଏ ଏବଂ ଆମ ସମସ୍ତଙ୍କୁ ବିଶ୍ୱବ୍ୟାପୀ ଲୋକଙ୍କ ବୃହତ ଲାଭ ପାଇଁ ଏକାଠି କାମ କରିବାକୁ ପ୍ରେରଣା ଦେଇଥାଏ ।

ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୪ ତାରିଖରେ ଲେଖିଥିବା ତାଙ୍କ ଚିଠିରେ, ଇଦ-ଉଲ-ଆଧାକୁ "ଭାରତର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ବର୍ଣ୍ଣନା କରିଥିଲେ ।

ତେବେ କହିରଖୁଛୁ, ଅଗଷ୍ଟ ୨୦୨୪ରେ ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ପରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବୃଦ୍ଧି ପାଇଛି । ଆଉ ଦେଶ ଛାଡି ହସିନା ଭାରତରେ ଆଶ୍ରୟ ନେଇଥିଲେ, ଏବଂ ଯେତେବେଳେ ତାଙ୍କ ଦଳ, ଆୱାମୀ ଲିଗ୍, ମେ ୨୦୨୫ରେ ନିଷିଦ୍ଧ କରାଯାଇଥିଲା, ଢାକା ନୂଆଦିଲ୍ଲୀ ଉପରେ ବାଂଲାଦେଶର ରାଜନୀତିରେ ହସ୍ତକ୍ଷେପ କରିବାର ଅଭିଯୋଗ ଆଣିଥିଲା । ହେଲେ ଏବେ ବୁଦ୍ଧି ଶିଖିଛନ୍ତି ୟୁନୁସ ସରକାର । ଆର୍ଥିକ ସମସ୍ୟା ବାଂଲାଦେଶ ପରିସ୍ଥିତିକୁ ଆହୁରି ଖରାପ କରୁଛି। ବାଂଲାଦେଶ ଭାରତ ସହିତ ପ୍ରାୟ ୧୦ ବିଲିୟନ ଡଲାରର ବାଣିଜ୍ୟ ନିଅଣ୍ଟର ସମ୍ମୁଖୀନ ହେଉଛି । ଯାହାକୁ ନେଇ ଏବେ ପୁଣି ଭାରତ ମୁହାଁ ହେଉଛନ୍ତି ୟୁନୁସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+