ବାଂଲାଦେଶ ହିଂସା: ଗଲାଣି ୩୦୦ ଲୋକଙ୍କ ପ୍ରାଣ !
Bangladesh Government Crisis: ବାଂଲାଦେଶରେ ହିଂସାକାଣ୍ତ ଯୋଗୁଁ ଏପର୍ଯ୍ୟନ୍ତ ଗଲାଣି 300 ଲୋକଙ୍କ ପ୍ରାଣ । ସୋମବାର ନ୍ୟୁଜ୍ ଏଜେନ୍ସି AFP ର ରିପୋର୍ଟରେ ଏଭଳି ଦାବି କରାଯାଇଛି। ହେଲେ ମୃତ୍ୟୁ ସଂଖ୍ୟା ୩୦୦ ବୋଲି ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । ରବିବାର ଦିନ ବାଂଲାଦେଶ ରାସ୍ତାରେ ହିଂସା ଘଟିଥିବା AFP ରିପୋର୍ଟରେ ଦର୍ଶାଯାଇଥିଲା ।

ସେହିପରି ଏହି ସଂଘର୍ଷରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ହେଲେ AFP ରିପୋର୍ଟର ଅନୁସାପେ ମୃତ୍ୟୁ ସଂଖ୍ୟା ଅତି କମରେ ୩୦୦ ବୋଲି ଦାବି କରାଯାଇଛି । ରବିବାର ଦିନ ହୋଇଥିବା ଏହି ସଂଘର୍ଷରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି।
ବାଂଲାଦେଶରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଅତି କମରେ ୮ ଜଣ ଲୋକ ଜଳଯାଇଥିବା ନେଇ ସୂଚନା ରହିଛି । ସେହିପରି ୮୪ ଜଣ ଆହତ ହୋଇଛନ୍ତି । ସେହିପରି ସହରର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ସେଲିବ୍ରେଟ୍ କରାଯାଉଥିବାର ଦେଖିବା ପାଇଁ ମିଳିଛି ।












Click it and Unblock the Notifications