ଚିନ୍ମୟ ଦାସଙ୍କ ସମେତ ଏତିକି ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କଲା ବାଂଲାଦେଶ

ଢାକା : ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି । ଲଗାତାର ଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପୁଣି ଏକ ଅପଡେଟ ସାମ୍ନାକୁ ଆସିଛି। ସେଠାରେ ବାଂଲାଦେଶ ବ୍ୟାଙ୍କର ଫାଇନାନସିୟାଲ ଇଣ୍ଟଲିଜେନ୍ସ ୟୁନିଟ ବଡ କାର୍ଯ୍ୟାନୁଷ୍ଠାନ ସ୍ବରୂପ ହିନ୍ଦୁ ସନ୍ଥ ଚିନ୍ମୟ ଦାସ ଏବଂ ଇସ୍କନର ୬ ସଦସ୍ୟଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବାଂଲାଦେଶରେ ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି। BFIUର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବାଂଲାଦେଶ ବ୍ୟାଙ୍କର ଫାଇନାନସିୟାଲ ଇଣ୍ଟଲିଜେନ୍ସ ୟୁନିଟ ଦେଶର ବ୍ୟାଙ୍କ ଓ ଆର୍ଥିକ ସଙ୍ଗଠନ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। BFIU ପକ୍ଷରୁ ସାରା ଦେଶକୁ ଏନେଇ ଚିଠି କରାଯାଇଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି କି ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସସପେଣ୍ଡ କରାଯାଇଛି ସେମାନଙ୍କର ବ୍ୟବସାୟୀକ ଖାତା ବି ଆବଶ୍ୟକ ପଡିଲେ ସସପେଣ୍ଡ କରାଯିବ।

Bangladesh freezes bank accounts

ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି ଚିନ୍ମୟ ଦାସଙ୍କ ସମେତ ଅନ୍ୟମାନେ ୩୦ ଦିନ ପର୍ଯ୍ୟନ୍ତ କୌଣସି ଲେଣଦେଣ କରିପାରିବେ ନାହିଁ। ଏହା ବ୍ୟତିତ BFIU କହିଛି କି ଆବଶ୍ୟକ ପଡିଲେ ଏହି ସମୟକୁ ବି ବୃଦ୍ଧି କରାଯାଇପାରେ। ସେପଟେ ବାଂଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହିସିନା ମଧ୍ୟ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି ।

ଉଗ୍ରବାଦ ବିରୋଧରେ ଏକଜୁଟ ହେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏନେଇ ବୟାନ ଆସିଛି । ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାକୁ ଭାରତରେ ବିରୋଧ କରାଯାଇଛି । ପଶ୍ଚିମବଙ୍ଗରେ ଆନ୍ଦୋଳନ ଦେଖିବାକୁ ମିଳିଛି । ଯେଉଁଥିରେ ହିନ୍ଦୁଙ୍କୁ ନ୍ୟାୟ ଦେବାକୁ ଦାବି କରାଯାଇଛି ।ବାଂଲାଦେଶରେ ଚାଲିଥିବା ହିଂସାକୁ ନିନ୍ଦା କରିଛନ୍ତି ପଦ୍ମ ବିଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+