ବର୍ଡରରେ ଏମିତି କିଛି କଲା ବାଂଲାଦେଶ, ହାଇଆଲର୍ଟରେ ଭାରତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶ ଏବେ ତୁର୍କୀ ନିର୍ମିତ ଡ୍ରୋନ୍ ମୁତୟନ କରିଥିବା ଖବର ମିଳିବା ପରେ ଭାରତ ପଡ଼ୋଶୀ ଦେଶ ସୀମାରେ ତଦାରଖ ଜୋରଦାର କରିଛି। ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାରର ପତନ ପରେ ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ଭାରତ ସୀମା ନିକଟରେ ବାୟରକ୍ତାର ଟିବି-୨ ମାନବବିହୀନ ବାୟବୀୟ ଯାନ (ୟୁଏଭି) ମୁତୟନ ସମ୍ପର୍କିତ ରିପୋର୍ଟକୁ ସେନା ଯାଞ୍ଚ କରୁଛି।

ବାଂଲାଦେଶର ୬୭ତମ ସେନା ଗୁଇନ୍ଦା, ସର୍ଭେଲାନ୍ସ ଓ ଅନୁସନ୍ଧାନ ଅଭିଯାନ ପାଇଁ ଏହି ଡ୍ରୋନ୍‌ଗୁଡ଼ିକୁ ପରିଚାଳିତ କରୁଛି। ଏହି ମୁତୟନ ପ୍ରତିରକ୍ଷା ଉଦ୍ଦେଶ୍ୟରେ ବୋଲି ବାଂଲାଦେଶ ଦାବି କରୁଥିବା ବେଳେ ଏକ ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ଅତ୍ୟାଧୁନିକ ଡ୍ରୋନ୍ ସ୍ଥାପନ କରିବାର ରଣନୈତିକ ମହତ୍ତ୍ୱକୁ ଭାରତ ଅଣଦେଖା କରିନାହିଁ। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ହସିନାଙ୍କ କାର୍ଯ୍ୟକାଳରେ ଚୁପ୍ ରହିବାକୁ ବାଧ୍ୟ ହୋଇଥିବା ଉଗ୍ରବାଦୀ ତତ୍ତ୍ୱ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପୁଣି ଥରେ ପାଦ ଥାପିବାରେ ଲାଗିଛନ୍ତି।

ବାଂଲାଦେଶର ରାଜନୈତିକ ଅସ୍ଥିରତାକୁ ଉପଯୋଗ କରି ଆତଙ୍କବାଦୀ ସଂଗଠନ ଓ ଚୋରା ଚାଲାଣକାରୀ ନେଟୱାର୍କ ଭାରତରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ବୋଲି ଏହି ସୂଚନାରେ ଉଲ୍ଲେଖ କରାଯାଇଛି। ହସିନାଙ୍କ ବହିଷ୍କାର ପରେ ସୀମାନ୍ତ ଅଞ୍ଚଳରେ ଭାରତବିରୋଧୀ ତତ୍ତ୍ୱଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Bangladesh border

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସହ ଭାରତୀୟ ସୀମା ନିକଟରେ ଅତ୍ୟାଧୁନିକ ୟୁଏଭି ମୁତୟନ ପାଇଁ ଅଧିକ ସତର୍କତା ଆବଶ୍ୟକ ବୋଲି ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ କହିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ବାଂଲାଦେଶ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ବାୟରକ୍ତାର ଟିବି୨ ଡ୍ରୋନ୍ ଏହାର ସର୍ଭେଲାନ୍ସ ଓ ଲାଇଟ୍ ଷ୍ଟ୍ରାଇକ୍ ଅପରେସନ କ୍ଷମତା ବୃଦ୍ଧି କରିଛି। ଡିଫେନ୍ସ ଟେକ୍ନୋଲୋଜି ଅଫ୍ ବାଂଲାଦେଶ (ଡିଟିବି) ଅନୁଯାୟୀ ଅର୍ଡର କରାଯାଇଥିବା ୧୨ଟି ଡ୍ରୋନ୍ ମଧ୍ୟରୁ ୬ଟି କାର୍ଯ୍ୟକ୍ଷମ ହୋଇଛି।

ବାଂଲାଦେଶ ଅଶାନ୍ତି ମଧ୍ୟରେ ଆମ ସଶସ୍ତ୍ର ବାହିନୀ ହାଇଆଲର୍ଟରେ ରହିଛି ଏବଂ ନୂତନ ଡ୍ରୋନ୍ ମୁତୟନ ଉପରେ ତୀକ୍ଷ୍ଣ ନଜର ରଖିଛି। ହେରୋନ୍ ଟିପି ଭଳି ଡ୍ରୋନ୍ ମୁତୟନ କରିବା ଓ ସମ୍ବେଦନଶୀଳ ଅଞ୍ଚଳରେ କାଉଣ୍ଟର ଡ୍ରୋନ୍ ଅଭିଯାନକୁ ତୀବ୍ର କରିବା ପାଇଁ ସଶସ୍ତ୍ର ବାହିନୀ ପାଖରେ ବିକଳ୍ପ ରହିଛି। ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ଆମ ସୀମାର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+