ତେଜୁଛି ହିଂସା, ଇସ୍ତଫା ଦେଲେ ପ୍ରଧାନ ବିଚାରପତି
ପୁଣି ଥରେ ବାଂଲାଦେଶରେ ତେଜିଛି ହିଂସା। ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେବା ପରେ ମଧ୍ୟ ଦେଶରେ ହିଂସା ଥମୁନି। ପ୍ରଧାନମନ୍ତ୍ରୀଙ୍କ ପରେ ଏଥର ଛାତ୍ର ସଂଗଠନ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଛନ୍ତି। ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କ ଇସ୍ତଫା ଦାବିରେ ବ୍ୟାପକ ହଡତାଳ ଆରମ୍ଭ କରି ଦେଇଛନ୍ତି। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରମାନେ ଭିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି।
ଆଉ ବର୍ତ୍ତମାନ ଆସିଛି ଆଉ ଏକ ବନ ଖବର, ବାଂଲାଦେଶ ପ୍ରଧାନ ବିଚାରପତି ଓବୈଦୁଲ ହସନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିକ୍ଷୋଭକାରୀମାନେ ଶନିବାର ସୁପ୍ରିମକୋର୍ଟ ଘେରାଉ କରିବା ସହିତ ତାଙ୍କୁ ପଦ ଛାଡ଼ିବାକୁ ୧ ଘଣ୍ଟା ସମୟ ଦେଇଥିଲେ। ଏହା ପରେ ଉପାୟଶୂନ୍ୟ ହୋଇ ପ୍ରଧାନ ବିଚାରପତି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ଦେଶରେ ଅନ୍ତରୀଣ ସରକାର ଗଠନ ହେବା ପରେ ପ୍ରଧାନ ବିଚାରପତି ସରକାରଙ୍କ ବିନା ପରାମର୍ଶରେ ସୁପ୍ରିମକୋର୍ଟ ବୈଠକ ଡକାଇ ଦେଇଥିଲେ। ଶନିବାର ବୈଠକ ହେବାର ଥିଲା। ଏହାକୁ ନେଇ ବିକ୍ଷୋଭକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଧାନ ବିଚାରପତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟ ବାହାରେ ବିକ୍ଷୋଭ କରିଥିଲେ।












Click it and Unblock the Notifications