କାନାଡା ପାର୍ଲାମେଣ୍ଟରେ ଉଠିଲା ହିନ୍ଦୁ ପ୍ରସଙ୍ଗ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ....
ନୂଆଦିଲ୍ଲୀ : କାନାଡାରେ ହିନ୍ଦୁ ଝଡ଼ । କାନାଡାର ସାଂସଦ ଉଠାଇଲେ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ପ୍ରତି ହିଂସା ପ୍ରସଙ୍ଗ । କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ବାଂଲାଦେଶରେ ଚାଲିଥିବା ହିଂସାକୁ ନେଇ ସେ ବହୁତ ଚିନ୍ତିତ। କର୍ନାଟକର ଚନ୍ଦ୍ର ଆର୍ଯ୍ୟ ୨୩ସେପ୍ଟମ୍ବରରେ ପାର୍ଲାମେଣ୍ଟ ହିଲ ଉପରେ ଏକ ରାଲିର ଆୟୋଜନ କରିବେ ବୋଲି ଘୋଷଣା କରିଛନ୍ତି।
ଏଥିରେ ସେ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଆଲୋକିତ କରିବେ। ଆର୍ଯ୍ୟଙ୍କ ଅନୁଯାୟୀ ହିନ୍ଦୁ ବ୍ୟତୀତ ବୌଦ୍ଧ ଏବଂ ଖ୍ରୀଷ୍ଟିଆନମାନେ ମଧ୍ୟ ଏହି ରାଲିରେ ଅଂଶଗ୍ରହଣ କରିବେ। ଚନ୍ଦ୍ର ଆର୍ଯ୍ୟ ସଂସଦରେ କହିଛନ୍ତି ଯେ ବାଂଲାଦେଶର ହିନ୍ଦୁ, ବୌଦ୍ଧ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରି ହେଉଥିବା ହିଂସାକୁ ନେଇ ମୁଁ ଅତ୍ୟଧିକ ଚିନ୍ତିତ। ଯେତେବେଳେ ବାଂଲାଦେଶରେ ଅସ୍ଥିରତା ଦେଖାଯାଏ, ଧାର୍ମିକ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡେ।

ସେ ଆହୁରି କହିଛନ୍ତି ଯେ ବାଂଲାଦେଶରେ ରହୁଥିବା କାନାଡିୟ ହିନ୍ଦୁମାନେ ସେମାନଙ୍କ ପରିବାର, ମନ୍ଦିର ଏବଂ ସମ୍ପତ୍ତିର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ସେଠାକାର ସାମ୍ପ୍ରତିକ ପରିସ୍ଥିତିକୁ ଆଲୋକିତ କରିବା ପାଇଁ ହିନ୍ଦୁମାନେ ସେପ୍େଟମ୍ବର ୨୩ରେ ପାର୍ଲାମେଣ୍ଟ ହିଲ ଉପରେ ଏକ ରାଲିର ଆୟୋଜନ କରିବେ।












Click it and Unblock the Notifications