ବାଂଲାଦେଶରେ ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି
ବାଂଲାଦେଶ ବାୟୁସେନାର ଏଫ୍-ସେଭେନ୍ ଲଢୁଆ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ୨୫ ଜଣ ଶିଶୁ ଅଛନ୍ତି। ଏହି ପ୍ରଶିକ୍ଷଣ ବିମାନଟି ଗତକାଲି ଅପରାହ୍ଣ ଗୋଟାଏ ସମୟରେ ଢାକା ନିକଟ ମାଇଲ୍ଷ୍ଟୋନ୍ ସ୍କୁଲ୍ ଏବଂ କଲେଜ୍ ପରିସରରେ ଖସିପଡ଼ିଥିଲା । ଏଥିରେ ୧୬୯ ଜଣ ଆହତ ହୋଇଥିଲେ ।

ବର୍ତ୍ତମାନ ସୁଦ୍ଧା ୭୮ ଜଣ ଢାକାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଆନ୍ତଃ ସାର୍ବଜନୀନ ସୂଚନା ପ୍ରଦାନକାରୀ ସଂସ୍ଥା କହିଛି। ସେଠାକାର ବାୟୁସେନା ପାଖରେ ଦେଶର ଅନ୍ୟ ଘାଟିଗୁଡ଼ିକରୁ ଏପରି ପ୍ରଶିକ୍ଷଣ ପରିଚାଳନା କରିବାର ବିକଳ୍ପ ରହିଥିଲେ ମଧ୍ୟ ଢାକା ଭଳି ସହରରେ ଯୁଦ୍ଧବିମାନ ପ୍ରଶିକ୍ଷଣ ପରିଚାଳନା କରିବାର ଯଥାର୍ଥତାକୁ ନେଇ ବାଂଲାଦେଶର ସାମରିକ ଏବଂ ବେସାମରିକ ବିମାନ ଚଳାଚଳ କର୍ମଚାରୀମାନେ ପ୍ରଶ୍ନ ଉଠାଇଛନ୍ତି ।












Click it and Unblock the Notifications