ବ୍ୟାଂକକରେ ଏୟାରପୋର୍ଟ ବନ୍ଦ, ଥାଇଲାଣ୍ଡରେ ଏମରଜେନ୍ସୀ ଘୋଷଣା, ବଢୁଛି ମୃତ୍ୟୁ ସଂଖ୍ୟା, ଦେଖନ୍ତୁ ଭିଡ଼ିଓ

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ଶୁକ୍ରବାର ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ଫଳରେ କୋଠାଗୁଡ଼ିକ ଭୁଶୁଡି ପଡ଼ିଛି। ୪୩ ଜଣ ଲୋକ ନିଖୋଜ ଅଛନ୍ତି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଏବଂ ଜର୍ମାନୀର GFZ ଭୂତତ୍ତ୍ୱ କେନ୍ଦ୍ର କହିଛି ଯେ, ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ଆସିଥିଲା, ଯାହାର କେନ୍ଦ୍ରସ୍ଥଳ ପଡ଼ୋଶୀ ମିଆଁମାରରେ ଥିଲା।

ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭୂମିକମ୍ପ ଯୋଗୁ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଭୁଶୁଡ଼ି ପଡ଼ିଥିବା କୋଠାଟି ପ୍ରକୃତରେ ଦେଶର ଅଡିଟର ଜେନେରାଲଙ୍କ କାର୍ଯ୍ୟାଳୟ (OAG)ର ନିର୍ମାଣାଧୀନ କୋଠା ବୋଲି ଦାବି କରାଯାଉଛି।

Bangkok airport closed

ସ୍ଥାନୀୟ ଲୋକମାନେ କହିଛନ୍ତି, ଭୂମିକମ୍ପ ସମୟରେ ପ୍ରାୟ ଗୋଟିଏ ମିନିଟ ପର୍ଯ୍ୟନ୍ତ ଭୂମି ଥରିଥିଲା, ଯାହା ଯୋଗୁ ସମଗ୍ର ସହରରେ ଆତଙ୍କର ବାତାବରଣ ଖେଳିଯାଇଥିଲା।

ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଗକୁ ଆହୁରି ଅଧିକ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ୪୩ ଜଣ ନିଖୋଜ ରହିଛନ୍ତି ।

ଭୂକମ୍ପ ଯୋଗୁଁ ଥାଇଲାଣ୍ଡରେ ଏମରଜେନ୍ସୀ ଘୋଷଣା କରାଯାଇଛି । ଏମରଜେନ୍ସୀ ଘୋଷଣା କଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ । ବ୍ୟାଂକକର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ୨ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ବ୍ୟାଂକକର ମେଟ୍ରୋ ସେବା ବାତିଲ ହୋଇଛି । କୋଠା ଭାଙ୍ଗିବା ଯୋଗୁଁ ଅନେକ ଦବିଥିବା ଆଶଙ୍କା କରାଯାଉଛି । ବ୍ରିଜ ମଧ୍ୟ ଭୁଶୁଡିଛି ।

ତେବେ ଭାଇରଲ ହେଉଥିବା ଫଟୋରେ କିଭଳି ବଡ଼ ବଡ଼ ଉଚ୍ଚ କୋଠା ଉପରେ ଥିବା ସୁଇମିଂ ପୁଲରୁ ପାଣି ପଡୁଥିବାର ନଜର ଆସିଛି । ସେହିଭଳି ପୋଲ ଭାଙ୍ଗିଯାଇଛି ।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଭାରତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ଦୁଇ ଦେଶର ସରକାରଙ୍କ ସହିତ କଥା ହେବା ପାଇଁ MEA କୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+