ବାବର ଖାଲସା ଇଣ୍ଟରନ୍ୟାସନାଲ୍ର ସନ୍ତ୍ରାସବାଦୀ ଲଜର ମଶି ଗିରଫ
ଆଇ.ଏସ୍.ଆଇ. ପାଇଁ କାର୍ଯ୍ୟ କରୁଥିବା ବାବର ଖାଲସା ଇଣ୍ଟରନ୍ୟାସନାଲ୍ର ଏକ ସନ୍ତ୍ରାସବାଦୀ ଲଜର ମଶିକୁ ଆଜି ଉତ୍ତରପ୍ରଦେଶର ସ୍ୱତନ୍ତ୍ର ଟାକ୍ସଫୋର୍ସ୍ ଓ ପଞ୍ଜାବ ପୁଲିସ୍ର ମିଳିତ ଅପରେସନ୍ରେ ଗିରଫ୍ କରାଯାଇଛି । ଉତ୍ତରପ୍ରଦେଶ ଏସ୍.ଟି.ଏଫ୍.ର ସୂଚନା ଅନୁଯାୟୀ କୌସାମ୍ବି ଜିଲ୍ଲାର କୋଖରାଜ ଥାନା ଅଞ୍ଚଳରେ ମିଳିତ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ସୁରକ୍ଷା କର୍ମୀମାନେ ବିପୁଳ
ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।

ଉତ୍ତରପ୍ରଦେଶର ପୁଲିସ୍ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି, ଗିରଫ୍ ହୋଇଥିବା ସନ୍ତ୍ରାସବାଦୀ ପ୍ରୟାଗରାଜରେ ମହାକୁମ୍ଭରେ ଏକ ଆକ୍ରମଣ ପାଇଁ ଯୋଜନା କରିଥିଲା । ତେବେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କାରଣରୁ ତାର ଯୋଜନା ଫଳପ୍ରଦ ହୋଇପାରି ନ ଥିଲା । ଜର୍ମାନୀରେ କାର୍ଯ୍ୟ କରୁଥିବା ବାବର ଖାଲସା ଇଣ୍ଟରନ୍ୟାସନାଲ୍ର ମୁଖ୍ୟ ସ୍ୱର୍ଣ୍ଣ ସିଂହ ଓରଫ୍ ଜୀବନଫୌଜି ପାଇଁ ଲଜର ମଶି କାମ କରୁଥିଲା । ସେ ପାକିସ୍ତାନର ଆଇ.ଏସ୍.ଆଇ. ଗୋଷ୍ଠୀ ସହିତ ସିଧାସଳଖ ସମ୍ପର୍କରେ ଥିଲା ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଅମିତାଭ ୟାଶ୍ କହିଛନ୍ତି ।












Click it and Unblock the Notifications