କାଜାଖସ୍ତାନରେ ପ୍ଲେନ୍ କ୍ରାସ୍ ଘଟଣା : ୪୨ ମୃତ
Azerbaijan Airlines Plane Crashes: କାଜାଖସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ୪୨ ମୃତ ହୋଇଥିବା ନେଇ ସୂଚନା ରହିଛି । ପଶ୍ଚିମ କାଜାଖସ୍ତାନର ଅକଟାଓ ନିକଟରେ ବାକୁରୁ ଗ୍ରୋଜନି ଅଭିମୁଖେ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନରେ ଥିବା 67 ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କର୍ମଚାରୀଙ୍କ ମଧ୍ୟରୁ 42 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 25 ଜଣ ଜୀବିତ ଅଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ପୁରା ଘଟଣାର ଦୃଶ୍ୟ ଦେଖିବାକୁ ମିଳୁଛି । ଦୁର୍ଘଟଣାସ୍ଥଳରୁ କଳା ଧୂଆଁ ବାହାରୁଥିବାର ନଜର ଆସୁଛି । ଏହି ବିମାନର ଚିହ୍ନଟ ଏମ୍ବ୍ରାୟର୍ 190 ଭାବରେ ଚିହ୍ନଟ କରାଯାଇଛି । ଏହି ଫ୍ଲାଇଟ୍ ନମ୍ବର ଥିଲା J2-8243 । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଖରାପ ପାଗ ଏବଂ ଗ୍ରୋଜନିରେ ଘନ କୁହୁଡ଼ି ହେତୁ ବିମାନଟି ଲ୍ୟାଣ୍ତ କରିପାରି ନଥିଲା । ବିମାନଟି ଜରୁରୀ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।












Click it and Unblock the Notifications