ତୁର୍କୀର ସଂସଦରେ ଅଭାବନୀୟ ଘଟଣା, ପରସ୍ପରକୁ ମୁଥ ମରାମରି ହେଲେ ସାଂସଦ

ଗଣତନ୍ତ୍ରର ପବିତ୍ର ଗୃହ ସଂସଦ । ଏଠାରେ ଜନତାଙ୍କ ସମସ୍ୟାର ହୁଏ ସମାଧାନ । ବିଭିନ୍ନ ପ୍ରସଙ୍ଗ ଉଠେ । ସାଂସଦମାନେ ଲୋକଙ୍କ କଥାକୁ ଗୃହରେ ରଖିଥାନ୍ତି । ହେଲେ ତୁର୍କୀର ପାର୍ଲିଆମେଣ୍ଟ ବା ସଂସଦରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ପରସ୍ପରକୁ ମୁଥ ମରାମରି ହୋଇଛନ୍ତି ସାଂସଦ । କେବଳ ଏତିକି ନୁହେଁ ଗୃହ ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଛି ।

Turkish parliament

ବୁଧବାର ତୁର୍କୀର ସଂସଦରେ ଥିଲା କଳା ଦିବସ । ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ ଏବଂ ବିରୋଧୀ ଦଳର ସଦସ୍ୟ । ସରକାରଙ୍କ କ୍ୟାବିନେଟର ଆଇନ ମନ୍ତାରଳୟରେ ଏକ ନିଯୁକ୍ତିକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ଜଣାପଡିଛି । ପ୍ରଥମେ ବିରୋଧୀ ଦଳର ନେତାମାନେ ଇସ୍ତାନବୁଲରେ ମୁଖ୍ୟ ପ୍ରୋସିକ୍ୟୁଟର୍ଆକିନ୍ ଗୁରଲେକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ରାଷ୍ଟ୍ରପତି ରିସେପ୍ ତାଇପି ଏର୍ଡୋଗାନ୍ ବଡ ପଦବୀ ପ୍ରଦାନ କରିଛନ୍ତି । ଯାହାକୁ ବିରୋଧୀ ଦଳ ବିରୋଧ କରି ଆସୁଛନ୍ତି । ତେବେ ଗୁରଲେକ ଶପଥପାଠ କରିବା ବେଳେ ବିରୋଧୀ ପ୍ରବଳ ହୋହଲ୍ଲା କରିଥିଲେ । ତାଙ୍କୁ ଶପଥପାଥ କରିବାକୁ ଦେଇନଥିଲେ ।

ଏହି ସମୟରେ ଶାସକ ଦଳର କିଛି ସାଂସଦ ବିରୋଧୀ ସାଂସଦଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ଏହା ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ସଦସ୍ୟମାନେ ପରସ୍ପରକୁ ଠେଲାପେଲା କରିଥିଲେ । ଏହସହ ଆକ୍ରମଣ ମଧ୍ୟ କରିବାକୁ ପଛାଇନଥିଲେ ।

ଗତ କିଛି ଦିନ ତଳେ ତୁର୍କୀ ସରକାର ନିଜ ମନ୍ତ୍ରାଳୟରେ ଅଦଳବଦଳ କରିଥିଲେ । ଏଥିରେ ଗୁରଲେକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯାଇଛି । ଯାହା ବିରୋଧୀଙ୍କୁ ପସନ୍ଦ ଆସିନି । ତେବେ ମୁଥମରାମରି ଘଟଣା ପରେ ତାଙ୍କୁ ଶାସକ ଦଳର ସଦସ୍ୟମାନେ ଘେରି ରହିଥିଲେ । ଏହା ଭିତରେ ରହି ଗୁଲଲେକ ଶପଥ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+