ସ୍କୁଲରେ ଆଖିବୁଜା ଗୁଳିମାଡ଼; ୧୧ ଜଣଙ୍କର ମୃତ୍ୟୁ
ଅଷ୍ଟ୍ରିଆର ଗ୍ରାଜର ଏକ ସ୍କୁଲରେ ଆଖିବୁଜା ଗୁଳିମାଡ଼। ଗୁଳିମାଡ଼ରେ ୭ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୧ ଜଣ ମୃତ୍ୟୁବରଣ କରିଛନ୍ତି। ଗୁଳିମାଡ଼ ପରେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ସୂଚନା। ହତ୍ୟାକାରୀଜଣକ ଜଣେ ଛାତ୍ର ବୋଲି ସୂଚନା ମିଳିଛି। ଗୁଳିକାଣ୍ଡ ପରେ ଛାତ୍ରଜଣକ ଏକ ୱାସରୁମରେ ଆତ୍ମହତ୍ୟା କରିଛି। ଗୁଳିମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗୁଳିମାଡ଼ରେ ବହୁ ଛାତ୍ର ଓ ଶିକ୍ଷକ ଆହତ ହୋଇଥିବା ସୂଚନା ମିଳିଛି।
ଗ୍ରାଜର ମେୟରଙ୍କ ସୂଚନା ଅନୁସାରେ ବନ୍ଧୁକଧାରୀ ଜଣକ ସେହି ସ୍କୁଲର ଜଣେ ଛାତ୍ର। ସେ ସ୍କୁଲ ଆସିବା ବେଳେ ଏକ ବନ୍ଧୁକ ନେଇ ଆସିଥିଲା ଓ ଆଗରେ ଯାହାକୁ ଦେଖିଲା ତାକୁ ଗୁଳିମାରିଥିଲା। ପରେ ସେ ସ୍କୁଲର ଓ୍ବାସରୁମକୁ ଯାଇ ସେଠାରୁ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିଲା। ଏହି ଘଟଣା ସ୍ଥାନୀୟ ସମୟ ସକାଳ ୧୦ଟା ବେଳେ ଘଟିଥିଲା, ଯେତେବେଳେ ସ୍କୁଲ ଚାଲିଥିଲା।

ସ୍ଥାନୀୟ ପୁଲିସ ଲୋକମାନଙ୍କୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦେଇଛି। ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି ଯେ ସ୍କୁଲକୁ ଖାଲି କରାଯାଇଛି ଏବଂ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେ ଆହୁରି କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବର୍ତ୍ତମାନ କୌଣସି ବିପଦ ନାହିଁ












Click it and Unblock the Notifications