Get Updates
Get notified of breaking news, exclusive insights, and must-see stories!

ଏହି ଦେଶରେ ବ୍ୟାନ୍ ହେବ ସୋସିଆଲ୍ ମିଡିଆ, ଜାଣନ୍ତୁ କାରଣ....

ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ କଟକଣା ଜାରି ନିମନ୍ତେ ଆଇନ ପ୍ରସ୍ତୁତ କରିବେ । ଯଦି ସାମାଜିକ ଗଣମାଧ୍ୟମଗୁଡ଼ିକ ଏଥିରେ ବିଫଳ ହୁଅନ୍ତି ସେ କ୍ଷେତ୍ରରେ ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ ଏବଂ ଟିକ୍‌ଟକ୍ ଭଳି ପ୍ଲାଟଫର୍ମ ଉପରେ ଜୋରିମାନା ଲାଗୁ କରାଯିବ ।

ଯୁବପିଢ଼ିର ମାନସିକ ସ୍ଵାସ୍ଥ୍ୟ ଏବଂ ସୁରକ୍ଷା ନିମନ୍ତେ ସାମାଜିକ ଗଣମାଧ୍ୟମର ପ୍ରଭାବ ଚିନ୍ତାଜନକ ହୋଇପଡ଼ିଥିବା ବେଳେ, ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି । ପ୍ରଧାନମନ୍ତ୍ରୀ ଆଟ୍ରୋନି ଆଲ୍‌ବାନିଜ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସରକାର ଚଳିତମାସରେ ସଂସଦରେ ଏ ସଂପର୍କିତବିଧେୟକ ଆଗତ କରିବେ । ସରକାର ଛୋଟ ପିଲାମାନଙ୍କର ଅନ୍‌ଲାଇନ୍ ସୁରକ୍ଷା ପ୍ରତି ସଚେତନ ଅଛନ୍ତି ବୋଲି ସେ କହିଛନ୍ତି ।

Australian govt to plans to ban social media

ସେଠାକାର ଯୋଗାଯୋଗ ମନ୍ତ୍ରୀ ମିସେଲ୍ ରୋନାଲଡ୍ କହିଛନ୍ତି ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ବାୟୋମେଟ୍ରିକ୍ ସ୍କାନ୍ କିମ୍ବା ବୟସ ଯାଞ୍ଚ ଭଳି ବ୍ୟବସ୍ଥା ଲାଗୁ କରିପାରିବେ । ତେବେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ୧୬ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କିମ୍ବା ସେମାନଙ୍କ ପିତାମାତାଙ୍କ ପାଇଁ କୌଣସି ଦଣ୍ଡ ବ୍ୟବସ୍ଥା ନାହିଁ, କିନ୍ତୁ ସାମାଜିକ ଗଣମାଧ୍ୟମ ଗୁଡ଼ିକର ଯୁବ ବ୍ୟବହାରକାରୀମାନଙ୍କୁ ବ୍ଲକ୍ ନ କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+