ଛୋଟ ପିଲାଙ୍କୁ ସୋସିଆଲ ମିଡ଼ିଆ ମନା; ବ୍ୟାନ୍ କଲେ ଅଷ୍ଟ୍ରେଲିଆ ସରକାର
ଆଜିକାଲି ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ବିଶେଷକରି ଛୋଟପିଲା ମାନେ ସୋସିଆଲ ମିଡିଆ ପ୍ରତି ଏତେ ଜଡ଼ିତ ହୋଇଯାଇଛନ୍ତି, ଯାହାକୁ ରୋକିବା ମଧ୍ୟ କାଠିକର ପାଠ। ତେବେ ସୋସିଆଲ ମିଡିଆକୁ ଛୋଟ ପିଲାଙ୍କ ଠାରୁ ଦୁରେଇ ରଖିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି ଅଷ୍ଟ୍ରେଲିଆ।

୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବିଶ୍ୱରେ ପ୍ରଥମେ ସାମାଜିକ ଗଣମାଧ୍ୟମ ନିଷେଧ କରିଛି ଅଷ୍ଟ୍ରେଲିଆ । ଏହି ନିଷେଧ ନିୟମ କାର୍ଯ୍ୟକାରୀ ହେଲେ ୧୬ ବର୍ଷରୁ କମ୍ ବୟସର ଅଷ୍ଟ୍ରେଲୀୟ ପିଲା ମାନଙ୍କ ଦ୍ୱାରା ରଖାଯାଇଥିବା ଦଶ ଲକ୍ଷରୁ ଅଧିକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡ଼ିକ ନିଷ୍କ୍ରିୟ ହୋଇଯିବ ବୋଲି କୁହାଯାଉଛି । ଆଗାମୀ ଡିସେମ୍ବର ୧୦ ତାରିଖରୁ ଅଷ୍ଟ୍ରେଲିଆରେ ଏହି ନିୟମ ଲାଗୁ ହେବ । ୧୬ ବର୍ଷରୁ କମ୍ ବୟସର ବ୍ୟବହାରକାରୀଙ୍କ ପାଇଁ ଫେସବୁକ୍, ସ୍ନାପଚଟ୍ ଏବଂ ୟୁଟ୍ୟୁବ୍ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନିୟମ ଉଲଂଘନ କଲେ ୪୯.୫ ନିୟୁତ ଅଷ୍ଟ୍ରେଲୀୟ ଡଲାର (୩୨ ନିୟୁତ ଡଲାର) ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡିବ ବୋଲି ସୂଚନା ମିଳିଛି ।
ବିଶ୍ୱରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଏପରି ନିଷ୍ପତ୍ତି ନେଇଛି । ସାମାଜିକ ଗଣମାଧ୍ୟମ ପିଲାମାନଙ୍କ ପାଇଁ ବିପଦ ଏବଂ କ୍ଷତିକାରକ ପରିଲକ୍ଷିତ କରି ଏପରି ନିଷ୍ପତ୍ତି ନେଇଛି ଅଟରେଲିଆ । ଏହା ସହ ଛୋଟପିଲାଙ୍କୁ ଯେଉଁ ବିଷୟବସ୍ତୁକୁ ପ୍ରଭାବ କରୁଛି ସେସବୁକୁ ହ୍ରାସ କରିବା ପାଇଁ ଏକ ଆଇନ ପ୍ରଚଳନ କରିଛି । ଅଷ୍ଟ୍ରେଲିଆ ଦାବି କରିଛି ଯେ , ଯେଉଁ ଛୋଟ ପିଲାମାନେ ପୂର୍ବରୁ ଦୁର୍ବଳ ଅଛନ୍ତି ସେମାନଙ୍କୁ ଲାଇକ୍ ଫାଶରେ ଟାଣି ଆଣି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନକାରାତ୍ମକ ଭାବରେ ପ୍ରଭାବିତ କରୁଛି ସାମାଜିକ












Click it and Unblock the Notifications