ପୋଲିଓ ଟିକା ନେଇ ଯାଉଥିବା ପୋଲିସ ଗାଡ଼ି ଉପରେ ଆକ୍ରମଣ:୬ ମୃତ
Pakistan: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ପୋଲିଓ ଟୀକାକରଣ ଦଳକୁ ସୁରକ୍ଷା ଯୋଗାଇବା ପାଇଁ ନିୟୋଜିତ ଥିବା ପୋଲିସ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ପ୍ରାୟ ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।
ଜିଓ ନ୍ୟୁଜ୍ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତ ଏବଂ ଆହାତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ସମଗ୍ର ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଫଳସ୍ୱରୂପ, ଏହି ଅଞ୍ଚଳରେ ଚାଲିଥିବା ପୋଲିଓ ଅଭିଯାନକୁ ସ୍ଥଗିତ ରଖାଯାଇଛି ବୋଲି ମାଲାକାଣ୍ଡ ଡିଭିଜନ କମିଶନରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଆତଙ୍କବାଦୀମାନେ କେବଳ ପୋଲିସ ଉପରେ ଆକ୍ରମଣ କରିନାହାଁନ୍ତି ବରଂ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ପୋଲିଓ ବିରୋଧୀ ଦଳର ସୁରକ୍ଷା ଉପରେ ଆକ୍ରମଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବା ଉଚିତ ନୁହେଁ, ଏହା ଆମ ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ସିଧାସଳଖ ଜଡିତ ବୋଲି ସେ କହିଛନ୍ତି।












Click it and Unblock the Notifications