ପାକିସ୍ତାନ ସେବା ଉପରେ ଆକ୍ରମଣ; ୭ ମୃତ , ୧୦ ଆହତ, ଇଣ୍ଟରନେଟ ସେବା ବନ୍ଦ
ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଏକ ବଡ଼ ଆକ୍ରମଣ ହୋଇଛି। ଆକ୍ରମଣଟି ପାକ ସେନା ଶିବିରରେ ଉପରେ ହୋଇଥିଲା। ଯେଉଁଥିରେ ସୁରକ୍ଷାକର୍ମୀଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି। ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେନା ଶିବିରରେ ଘଟିଥିବା ଏହି ଆକ୍ରମଣ ବିଷୟରେ ଅଧିକ ସୂଚନା ସଂଗ୍ରହ କରାଯାଉଛି।

ଖବର ଅନୁଯାୟୀ ବଲୁଚିସ୍ତାନର କଲାତ ଜିଲ୍ଲାରେ ହୋଇଥିବା ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ୧୦ ଜଣ ଆହତ ହୋଇଛନ୍ତି। ନିଷିଦ୍ଧ ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।
ତେବେ ଏପର୍ଯ୍ୟନ୍ତ ପ୍ରାଦେଶିକ ସରକାର କିମ୍ବା କୌଣସି ବରିଷ୍ଠ ଅଧିକାରୀ ଏ ବାବଦରେ କୌଣସି ବିବୃତ୍ତି ଦେଇନାହାଁନ୍ତି। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଏହି ଆକ୍ରମଣକୁ ନିନ୍ଦା କରିବା ସହ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
କହିବାକୁ ଗଲେ ବଲୁଚିସ୍ତାନରେ ଏକ ଗୋଷ୍ଠୀର ଆକ୍ରମଣ ବୃଦ୍ଧି ପାଇଛି। ଗତ ସପ୍ତାହରେ, ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିଲେ।
ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ବଲୁଚିସ୍ତାନର କିଛି ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଶୁକ୍ରବାର ସ୍ଥଗିତ ରହିଥିଲା। ପାକିସ୍ତାନ ଟେଲି ଯୋଗାଯୋଗ ମୁଖପାତ୍ର କହିଛନ୍ତି ଯେ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।












Click it and Unblock the Notifications