ପାକିସ୍ତାନରରେ ଆକ୍ରମଣ ; ୧୨ ଜଣ ଆହତ, ୫ ସୈନିକ ମୃତ

ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତରେ ପୁଣିଥରେ ଆକ୍ରମଣ । ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଟିମକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ । ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି ।

Pakistan

ଖୈବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାର କୋଟ ଲାଲୁ ନିକଟରେ ଏହି ଘଟଣା ଘଟିଛି । ଯେଉଁଠାରେ ସୈନିକମାନେ ସୁଇ ନର୍ଦର୍ଣ୍ଣ ଗ୍ୟାସ୍ ପାଇପଲାଇନ୍ କମ୍ପାନୀର ଶ୍ରମିକମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ । ଅଧିକାରୀମାନେ କହିଛନ୍ତି ଯେ, ଆକ୍ରମଣକାରୀମାନେ ନିଷିଦ୍ଧ ତେହେରିକ-ଏ-ତାଲିବାନ୍ ପାକିସ୍ତାନ ବା ଟିଟିପିର ଥିଲେ । ଆତଙ୍କବାଦୀମାନେ କୌଣସି ଚେତାବନୀ ନ ଦେଇ ଗୁଳି ଚଳାଇବାରୁ ଏଭଳି ଘଟଣା ଘଟିଛି । ପାଲଟା କାର୍ଯ୍ୟାନୁଷ୍ଠାନରେ ସୁରକ୍ଷା ବାହିନୀ ଅତି କମରେ ୮ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି ।

ତେବେ ଟିଟିପିର ଆତଙ୍କୀ ଖୈବର ପଖତୁନଖ୍ବାର ଲୋକଙ୍କ ପାଇଁ ଶକ୍ତି, ରୋଜଗାର ଏବଂ ଆବଶ୍ୟକ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ଗ୍ୟାସ୍ ପାଇପଲାଇନ ପରିଯୋଜନାକୁ ନଷ୍ଟ କରିବା ପାଇଁ ଯୋଜନା କରାଯାଇଥିଲା । ଆହତ ସୁରକ୍ଷାକର୍ମୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+