ଅବତରଣ କରିବା ବେଳେ ଜଳିଗଲା ବିମାନ
At Tokyo's Haneda airport, an airplane caught fire on runway: ଅବତରଣ କରିବା ବେଳେ ବିମାନରେ ଲାଗିଲା ନିଆଁ । ଏହି ଦୁର୍ଘଟଣା ଟୋକିଓ ବିମାନ ବନ୍ଦରରେ ଘଟଣାଟି ଘଟିଛି । ଏହି ଦୁର୍ଘଟଣା ଘଟିବାର କାରଣ କ'ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାପାନର ନ୍ୟୁଜ୍ ଏଜେନ୍ସି NHK ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି । NHK ଅଧିକାରୀଙ୍କ ସୂଚନା ଅନୁସାରେ, ଅବତରଣ କରିବା ସମୟରେ ବିମାନଟି ଅନ୍ୟ ଏକ ବିମାନ ସହିତ ଧକ୍କା ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।
"The tail-end has... just crashed on to the floor."
An aircraft has caught fire on a runway at Tokyo's Haneda airport.https://t.co/ayTzbtRvAM
📺 Sky 501, Virgin 602, Freeview 233 and YouTube pic.twitter.com/7uYMRG93En
— Sky News (@SkyNews) January 2, 2024
NHK ମିଡିଆ ଏହି ଘଟଣାର ଫୁଟେଜ ମଧ୍ୟ ପ୍ରକାଶ କରିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ବିମାନର ଝରକା ଏବଂ ଏହାର ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳୁଛି ।

#WATCH | A Japan Airlines jet was engulfed in flames at Tokyo's Haneda airport after a possible collision with a Coast Guard aircraft, with the airline saying that all 379 passengers and crew had been safely evacuated: Reuters
(Source: Reuters) pic.twitter.com/fohKUjk8U9
— ANI (@ANI) January 2, 2024
ଜାପାନ ଗଣମାଧ୍ୟମ ଅନୁଯାୟୀ, ନିଆଁ ଲାଗିଥିବା ବିମାନର ସଂଖ୍ୟା JAL 516 ଥିଲା ଏବଂ ଏହି ବିମାନ ହକ୍କାଇଡୋରୁ ଉଡ଼ାଣ ଭରିଥିଲା । ଜାପାନ ଟାଇମ୍ସ ଅନୁଯାୟୀ ମୋଟ 367 ଜଣଙ୍କୁ ବିମାନରୁ ସୁରକ୍ଷିକ ବାହର କରାଯାଇଛି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏଥି ସହିତ ଜାପାନ କୋଷ୍ଟଗାର୍ଡ କହିଛି ଯେ ଯାତ୍ରୀବାହୀ ବିମାନ ସହିତ ଧକ୍କା ହେବା ପରେ ପାଇଲଟଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି ।












Click it and Unblock the Notifications