ଫୁଟବଲ ମ୍ୟାଚକୁ ନେଇ ସଂଘର୍ଷ, ୧୦୦ ମୃତ
ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଗୁଏନାରେ ଫୁଟବଲ ମ୍ୟାଚ୍ ଚାଲୁଥିବା ବେଳେ ବଡ଼ ଧରଣର ହିଂସା। ଏଠାରେ ପ୍ରଶଂସକମାନେ ନିଜ ମଧ୍ୟରେ ସଂଘର୍ଷ କରିଥିଲେ, ଯେଉଁଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ରବିବାର ଗୁଏନିଆର ଦ୍ୱିତୀୟ ବୃହତ୍ତମ ସହର ଏନ୍ଜେରକୋରରେ ଏକ ଫୁଟବଲ ମ୍ୟାଚ୍ ସମୟରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଜଣେ ଡାକ୍ତର କହିଛନ୍ତି, "ଡାକ୍ତରଖାନାରେ ମୃତଦେହ ଧାଡି ହୋଇ ପଡିଛି ଯାହା ଆଖି ଦେଖି ପାରିବନି। ଅନେକ ମୃତଦେହ କରିଡରରେ ଚଟାଣରେ ପଡ଼ିଛି।
ଗିନି ଜେରେକୋରରେ ରବିବାର ଏକ ଫୁଟବଲ୍ ମ୍ୟାଚ ଚାଲିଥିଲା । ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ଆରମ୍ଭ ହୋଇଥିଲା ଯୁକ୍ତତର୍କ । ଫଳରେ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାହା ପରେ ଉତ୍ତ୍ୟକ୍ତ ଲୋକ ଅଚାନକ ପଡ଼ିଆ ଭିତରକୁ ପଶି ଆସିଥିଲେ । ଦେଖୁ ଦେଖୁ କିଛି ସମୟ ମଧ୍ୟରେ ଅଣାୟତ୍ତ ହୋଇଥିଲା ସ୍ଥିତି । ଆରମ୍ଭ ହୋଇ ଥିଲା ହିଂସାତ୍ମକ ସଂଘର୍ଷ । ଷ୍ଟାଡିୟମ୍ରେ ଥିବା ଦର୍ଶକ ପରସ୍ପର ସହ ପିଟାପଟି ହୋଇଥିଲେ । ଏହି ରକ୍ତାକ୍ତ ସଙ୍ଘର୍ଷ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓଟିର ସତ୍ୟାସତ୍ୟ ସ୍ପଷ୍ଟ ଜଣାପଡ଼ିନାହିଁ । ଫୁଟବଲ ପଡ଼ିଆରେ ଶତାଧିକ ଲୋକେ ଏଣେ ତେଣେ ଦୌଡିବାର ଦେଖିବାକୁ ମିଳିଛି । ଏଥିସହ ରାସ୍ତା ଉପରେ କୁଢ଼ କୁଢ଼ ମୃତଦେହ ପଡ଼ିଥିବା ବେଳେ ଲୋକେ ପରସ୍ପରକୁ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରି ଏନଜେରେକୋର ପୁଲିସ ଷ୍ଟେସନରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ନିଆଁ ଲାଗିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହସ୍ପିଟାଲରେ ଶହଶହ ମୃତଦେହ ପଡ଼ିରହିଛି । ଏପରିକି ଜେରେକୋର ହସ୍ପିଟାଲର ଶବଗୃହରେ ମୃତଦେହ ରଖିବାକୁ ଜାଗାର ଅଭାବ ।
ଦକ୍ଷିଣ ଗିନି ସରକାର ସୋମବାର ସୂଚନା ଦେଇଛନ୍ତି ଯେ ଫୁଟବଲ ମ୍ୟାଚ୍ ସମୟରେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ଗିନିର ଜୁଣ୍ଟା ନେତା ମାମାଦି ଡୋମ୍ବୁୟାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଟୁର୍ନାମେଣ୍ଟର ଅଂଶ ଥିଲା । ଯିଏ ୨୦୨୧ରେ ଆକ୍ରମଣ ପୂର୍ବକ କ୍ଷମତା ଦଖଲ କରି ନିଜକୁ ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ ।












Click it and Unblock the Notifications