ଇରାନ୍ କୋଇଲା ଖଣିରେ ବିସ୍ଫୋରଣ, ୫୧ ମୃତ
ନୂଆଦିଲ୍ଲୀ : ଲେବାନନ୍ ପରେ ଇରାନର ଏକ କୋଇଲା ଖଣିରେ ବିସ୍ଫୋରଣ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ପୂର୍ବ ଇରାନରେ ଅବସ୍ଥିତ ଏହି କୋଇଲା ଖଣିରେ ମିଥେନ ଗ୍ୟାସ ଲିକ ହେତୁ ଏହି ବିସ୍ଫୋରଣ ଘଟିଛି। ସୂଚନା ଅନୁସାରେ, ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର ଦୁଇଟି ବ୍ଲକ୍ ବି ଏବଂ ସିରେ ବିସ୍ଫୋରଣ ଘଟିଛି।
ମିଥେନ ଗ୍ୟାସ୍ କାରଣରୁ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୫୧ ଜଣଙ୍କ ଜୀବନ ଚାଲିଯାଇଛି। ରାଜ୍ୟପାଳ ମହମ୍ମଦ ଜାଭେଦ୍ କହିଛନ୍ତି ଯେ ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ୧୭ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ମିଳିତ ଜାତିସଂଘର ସାଧାରଣ ସଭା ପାଇଁ ନ୍ୟୁୟର୍କ ଗସ୍ତ ପ୍ରସ୍ତୁତ ହେଉଥିବା ଇରାନର ନବ ନିର୍ବାଚିତ ରାଷ୍ଟ୍ରପତି ମସୁଦ ପେଜେଶକିଆନ୍ କହିଛନ୍ତି ଯେ ସେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତଙ୍କୁ ଆଦେଶ ଦେଇଛନ୍ତି। ରାଜ୍ୟପାଳ ଆହୁରି କହିଛନ୍ତି, ଦେଶର ୭୬% କୋଇଲା ଏହି ଅଞ୍ଚଳରୁ ମିଳିଥାଏ। ଏଠାରେ ମଦଞ୍ଜୁ କମ୍ପାନୀ ସମେତ ପ୍ରାୟ ୮ରୁ ୧୦ ଟି ବଡ଼ ବଡ଼ କମ୍ପାନୀ କାର୍ଯ୍ୟ କରୁଛନ୍ତି। କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା, ତା'ର ତଦନ୍ତ ଚାଲିଛି।












Click it and Unblock the Notifications