ଡ଼ଙ୍ଗାରେ ଲାଗିଲା ନିଆଁ , ଚାଲିଗଲା ୫୦ ଜୀବନ
ଆଫ୍ରିକୀୟ ଦେଶ କଙ୍ଗୋରେ ବଡ଼ ଅଘଟଣ । ନିଆଁ ଲାଗିବା ପରେ ଏକ ଡଙ୍ଗା ଓଲଟିବା ଯୋଗୁଁ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ନିଖୋଜ ଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗାରେ ପ୍ରାୟ ୪୦୦ ଲୋକ ଥିବା କୁହାଯାଉଛି । ଦୁର୍ଘଟଣା ବିଷୟରେ ସୂଚନା ଦେଇ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା କଙ୍ଗୋ ନଦୀରେ ଘଟିଛି। ଡଙ୍ଗାରେ ନିଆଁ ଲାଗିବା ଯୋଗୁଁ ଅନେକ ଲୋକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି । ଦୁର୍ଘଟଣା ସମୟରେ ଅନେକ ଲୋକଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା ।

ତେବେ ଡଙ୍ଗାରେ ଜଣେ ମହିଳା ଖାଇବା ତିଆରି କରୁଥିବା ବେଳେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମହିଳା ଏବଂ ପିଲାଙ୍କ ସମେତ ଅନେକ ଲୋକ ନଦୀକୁ ଡେଇଁ ପଡିଥିଲେ । ନଦୀରେ ଡେଇଁ ପଡିବା ଯୋଗୁଁ ଯେଉଁମାନେ ପହଁରିବା ଜାଣିନଥିଲେ ସେମାନଙ୍କ ଜୀବନ ଚାଲିଯାଇଛି । ରେଡକ୍ରସ ଏବଂ ସ୍ଥାନୀୟ ସରକାରୀ ଅଧିକାରୀମାନେ ସାହାଯ୍ୟ କରୁଛନ୍ତି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି । ମୋଟର ଚାଳିତ କାଠ ଡଙ୍ଗାଟି ପ୍ରାୟ ୪୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ଡଙ୍ଗାଟି ମାଟାଙ୍କୁମୁ ବନ୍ଦରରୁ ବୋଲୋମ୍ବା ଅଞ୍ଚଳକୁ ବାହାରିଥିଲା ।
ଅଧିକାରୀ ଲାୟୋକୋ କହିଛନ୍ତି ଯେ, ଏଚ୍ ବି କଙ୍ଗୋଲୋ ନାମକ ଡଙ୍ଗାଟି ମାଟାଙ୍କୁମୁ ବନ୍ଦରରୁ ବୋଲୋମ୍ବା ଅଞ୍ଚଳକୁ ବାହାରିଥିଲା । ଦୁର୍ଘଟଣାରୁ ଉଦ୍ଧାର ହୋଇଥିବା ପ୍ରାୟ ୧୦୦ ଜଣଙ୍କୁ ମାଣ୍ଡାକା ଟାଉନ ହଲରେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳକୁ ନିଆଯାଇଛି ବୋଲି ସେ କହିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications