ପାକିସ୍ତାନରେ ଆତଙ୍କୀ ଆକ୍ରମଣରେ ୩୮ ମୃତ
ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମଲା ହୋଇଛି। ଖାଇବର ପଖତୁନଖ୍ୱାରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି ବନ୍ଧୁକଧାରୀମାନେ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖାଇବର ପାଖ୍ଟନଖୱାଠାରେ ଶିଆ ମୁସଲମାନମାନଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଗାଡି ଉପରେ ଆକ୍ରମଣ କରିଥିଲେ। ନିକଟ ଅତୀତରେ ଏହା ସବୁଠାରୁ ମାରାତ୍ମକ ଆକ୍ରମଣ ବୋଲି ବିବେଚନା କରାଯାଏ। ପୋଲିସ ଏହି ସୂଚନା ଦେଇଛି।
କୁରାମ ଜିଲାରେ ଖାଇବର ପାଖ୍ଟନଖୱା ପ୍ରଦେଶରେ ଏହି ଆକ୍ରମଣ ହୋଇଥିଲା। ସମ୍ପ୍ରତି ଏହି ଜିଲାରେ ଶିଆ ଏବଂ ସୁନ୍ନି ମୁସଲମାନମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଘଟଣା ବୃଦ୍ଧି ପାଇଛି। ପୋଲିସର ସୂଚନାନୁସାରେ, ଆକ୍ରମଣକାରୀମାନେ ରଚିନ୍ନାରରୁ ପେଶୱାର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଯାନ ଉପରେ ଗୁଳି ଚଳାଇଥିଲେ। ଖାଇବର ପଖତୁନଖ୍ୱାର ମୁଖ୍ୟ ସଚିବ ନଦୀମ ଆସଲାମ ଚୌଧରୀ ଆତଙ୍କୀ ହମଲାକୁ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଅଛନ୍ତି, ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଥିଛି ବୋଲି ନଦୀମ କହିଛନ୍ତି।

ଅନ୍ୟ ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଦୁଇଟି ଯାତ୍ରୀବାହୀ ଭ୍ୟାନ୍ ବିପରୀତ ଦିଗରୁ ଆସୁଥିଲା। ଗୋଟିଏ ପେଶୱାରରୁ ପାରଚୀନର ଯାଉ ଥିବାବେଳେ ଅନ୍ୟଟି ପାରଚୀନରରୁ ପେଶୱାର ଯାଉଥିଲା। ଏହି ସମୟରେ ଆତଙ୍କବାଦୀମାନେ ଦୁଇଟି ଭ୍ୟାନ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।"












Click it and Unblock the Notifications