Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନ ବାଦଲଫଟା ବର୍ଷା ; ମୃତ୍ୟୁ ସଂଖ୍ୟା ୩ ଶହକୁ ବୃଦ୍ଧି

ପାକିସ୍ତାନରେ ଭୟଙ୍କର ବନ୍ୟା । ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି । ଉତ୍ତରାଞ୍ଚଳର ଏକାଧିକ ଜିଲା ବାଦଲଫଟା ବର୍ଷା ଏବଂ ବନ୍ୟା ଯୋଗୁ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ବହୁ ଘର, ରାସ୍ତା ଏବଂ ଗାଁ ବନ୍ୟାରେ ଭାସିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଶନିବାର ଉଦ୍ଧାରକାର୍ଯ୍ୟ ପାଇଁ ଯାଉଥିବା ଏକ ହେଲିକପ୍ଟର ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି।

flood

ବିଭିନ୍ନ ଜିଲାକୁ ସଂଯୋଗ କରୁଥବା ରାସ୍ତାଘାଟ ଧୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଛି। ପ୍ରାଣ ହରାଇଥିବା ୩୪୪ ଜଣଙ୍କ ମଧ୍ୟରୁ ଖାଇବର ପଖତୁନଖ୍ବା ପ୍ରଦେଶରେ କେବଳ ୩୨୮ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି। ୧୨୦ରୁ ଅଧିକ ଲୋକ ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ବହୁ ଲୋକ ନିଖୋଜ ରହିଛନ୍ତି। ସ୍ଵାତ, ଶାଙ୍ଗଲା, ମନଶେରା, ବାଜଉର ଏବଂ ବାତ୍ତାଗ୍ରାମକୁ ବିପର୍ଯ୍ୟୟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ୯ଟି ଜିଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୨୦୦୦ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଛି।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା ହୋଇଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି । ସ୍ଥାନେ ସ୍ଥାନେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆକାଶପଥେ ବନ୍ୟାଅଞ୍ଚଳକୁ ପହଞ୍ଚିବାକୁ ଚେଷ୍ଟା କରାଯାଉଛି । ଗତକାଲି ରିଲିଫ୍ ସାମଗ୍ରୀ ଯୋଗାଇବାକୁ ଯାଉଥିବା ଏକ ହେଲିକେପ୍ଟର ଖରାପ ପାଗ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୫ଜଣ କ୍ରୁ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+