ଏହି ଦେଶରେ ଭୟଙ୍କର ରୂପ ନେଇଛି ଗୃହଯୁଦ୍ଧ, ଗଲାଣି ୩୩ ଜୀବନ
ସୁଦାନରେ ଗୃହଯୁଦ୍ଧରେ ଇତିମଧ୍ୟରେ ୩୩ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଦ୍ଧସାମରିକ ତ୍ୱରିତ ସହଯୋଗ ବାହିନୀ-ଆର୍ଏସ୍ଏଫ୍ ଆକ୍ରମଣରେ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅଲ୍ ଓବୈଦ କାରାଗାରରେ ଆକ୍ରମଣରେ ଗତକାଲି ୧୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୯ ତାରିଖରେ ଦାରଫୁରଠାରେ ୧୪ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ୧୪ଜଣଯାକ ଗୋଟିଏ ପରିବାରର ସଦସ୍ୟ ଥିବା ଜଣାପଡିଛି । ଗତ ୨୦୨୩ ମସିହାରୁ ଆର୍ଏସ୍ଏଫ୍ ଏବଂ ସୁଦାନିଜ୍ ସଶସ୍ତ୍ରବାହିନୀ ନେତୃତ୍ୱାଧୀନ ସରକାରଙ୍କ ମଧ୍ୟରେ ଗୃହଯୁଦ୍ଧ ଲାଗିଛି । ଏହି ଆକ୍ରମଣ ଏବଂ ପ୍ରତି ଆକ୍ରମଣରେ ସୁଦାନରେ ବହୁ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହେବା ସହ ଶକ୍ତି ଏବଂ ବେସାମରିକ ବିମାନ ସେବା କ୍ଷେତ୍ର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।












Click it and Unblock the Notifications