ମାଗଣା ପୋଷାକ ପାଇଁ ଦଳାଚକଟା,୩୨ ମୃତ
ନୂଆଦିଲ୍ଲୀ: ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ ଦଳାଚକଟା। ଏହି ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ତେବେ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା। ନାଇଜେରିଆ ବର୍ତ୍ତମାନ ଅର୍ଥନୈତିକ ଏବଂ ସାମାଜିକ ସଙ୍କଟ ଦେଇ ଗତି କରୁଛି। ଲୋକମାନେ ବଞ୍ଚିବା ପାଇଁ ଏବେ ରାହା ଖୋଜୁଛନ୍ତି।
ରାଜଧାନୀ ଆବୁଜାସ୍ଥିତ ହୋଲି ଟ୍ରିନିଟ୍ କ୍ୟାଥୋଲିକ ଚର୍ଚ୍ଚ ଓ ଦାକ୍ଷିଣାତ୍ୟ ସହର ଓକିଜା ସହରରେ ଥିବା ଦୁଇଟି ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଇଁ ଉପହାର ବଣ୍ଟନବେଳେ ଦଳାଚକଟା ହୋଇଥିଲା। ଟ୍ରିନିଟ୍ କ୍ୟାଥୋଲିକ ଚର୍ଚ୍ଚରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବାବେଳେ ଓକିଜାସ୍ଥିତ ଚର୍ଚ୍ଚରେ ୨୨ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୮ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି।
ଶନିବାର ଚର୍ଚ୍ଚ ପରିସରରେ ଉପହାର ବଣ୍ଟନ କରାଯିବାବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇ ଦଳାଚକଟା ହୋଇଥିଲା। ପୁଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ ଖ୍ରୀଷ୍ଟମାସ ପାଳନ ଉପଲକ୍ଷେ ଚର୍ଚ୍ଚରେ ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଆଖପାଖ ଅଞ୍ଚଳର ପ୍ରାୟ ୩୦୦୦ ଲୋକ ରୁଣ୍ଡ ହୋଇଥିଲେ। ସକାଳେ ଉପହାର ବଣ୍ଟନ କରାଯିବାକୁ ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବ ରାତିରୁ ଲୋକେ ଚର୍ଚ୍ଚ ପରିସରରେ ଭିଡ ଜମାଇଥିଲେ। ଦଳାଚକଟା ଘଟଣା ପରେ ପ୍ରାୟ ହଜାରେ ଲୋକଙ୍କୁ ଚର୍ଚ୍ଚ ପରିସରରୁ ଉଦ୍ଧାର କରାଯାଇଛି।













Click it and Unblock the Notifications