ମିଆଁମାରରେ ବଡ଼ ଏୟାରଷ୍ଟ୍ରାଇକ୍‌, ଚାଲିଗଲା ୨୩ ଜୀବନ

ମିଆଁମାରର କେନ୍ଦ୍ରୀୟ ସାଇଗଙ୍ଗ ଅଞ୍ଚଳରେ ଥିବା ବୌଦ୍ଧ ପୀଠ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୪ ଜଣ ଶିଶୁଙ୍କ ସମେତ ୨୩ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମିଆଁମାରର ସାମରିକ ସରକାରଙ୍କ ନିର୍ଦ୍ଦେଶରେ ଏହି ଏୟାର ଷ୍ଟ୍ରାଇକ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳୁ ଲିନ ତା ଲୁ ଗାଁରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

ଆହତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମିଆଁମାରରେ ବିଦ୍ରୋହୀ ଓ ସାମରିକ ସରକାରଙ୍କ ମଧ୍ୟରେ ବିଭିନ୍ନ ଅଞ୍ଚଳର ଦଖଲକୁ ନେଇ ବିବାଦ ଜାରି ରହିଛି । ସାଇଗଙ୍ଗ ଅଞ୍ଚଳରେ ବିଦ୍ରୋହୀ ଓ ସାମରିକ ସରକାରଙ୍କ ମଧ୍ୟରେ ଲଢେଇ ଚାଲିଥିବାରୁ ସାଧାରଣ ଲୋକେ ସ୍ଥାନୀୟ ବୌଦ୍ଧ ପୀଠରେ ଆଶ୍ରୟ ନେଇଥିଲେ ।

miynamar

ହେଲେ ସେମାନେ ବିଦ୍ରୋହୀଙ୍କୁ ସମର୍ଥନ ଦେଉଥିବା ଆଶଙ୍କାରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଏଥି ସହ ଜାଣିରଖନ୍ତୁ ଯେ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧ଟାରେ ଏକ ଜେଟ୍ ଫାଇଟର ବିମାନ ଗ୍ରାମ ମଠ ଉପରେ ବୋମା ପକାଇଥିଲା । ହେଲେ ଏହି ଆକ୍ରମଣ କିଏ କରିଛି ସେ ବିଷୟରେ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ କରାଯାଇ ନାହିଁ । ସେନା ଏପର୍ଯ୍ୟନ୍ତ ଘଟଣା ବିଷୟରେ କିଛି କହିନାହିଁ ।

ମିଆଁମାରରେ ଗୃହଯୁଦ୍ଧ ୧ ଫେବୃଆରୀ, ୨୦୨୧ରେ ଏକ ସାମରିକ ବିଦ୍ରୋହ ସହିତ ଆରମ୍ଭ ହୋଇଥିଲା, ଯେତେବେଳେ ସାମରିକ ବାହିନୀ ନ୍ୟାସନାଲ ଲିଗ୍ ଫର ଡେମୋକ୍ରାସି (NLD)ର ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିଥିଲା ଏବଂ ଅଙ୍ଗ ସାନ ସୁ କି ସରକାରଙ୍କ ନେତାମାନଙ୍କୁ ଅଟକ ରଖିଥିଲା ।

୨୦୨୦ ନିର୍ବାଚନରେ NLDର ବିଜୟକୁ ସେନା ପ୍ରତାରଣାମୂଳକ ଘୋଷଣା କରିବା ପରେ ବିଶାଳ ପ୍ରତିବାଦ ଆରମ୍ଭ ହୋଇଥିଲା । ସେନାର ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ପ୍ରତିରୋଧ ସୃଷ୍ଟି କରିଥିଲା, ଯେଉଁଥିରେ ଜାତୀୟ ଏକତା ସରକାର (NUG) ଏବଂ ଏହାର ପିପୁଲ୍ସ ଡିଫେନ୍ସ ଫୋର୍ସ (PDF) ସହିତ ଅନେକ ଜାତିଗତ ସଶସ୍ତ୍ର ସଂଗଠନ (EAOs) ସାମିଲ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+