ପ୍ରକୃତିର ତାଣ୍ଡବ ! ନାଇଜେରିଆରେ ଭୟଙ୍କର ବନ୍ୟା ପରିସ୍ଥିତି ... ଗଲାଣି ୧୧୧ ଜୀବନ
ନାଇଜେରିଆର ନାଇଜର ରାଜ୍ୟର ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ନାଇଜର ରାଜ୍ୟର ମୋକ୍ୱା ଅଞ୍ଚଳରେ ଭୟଙ୍କର ବନ୍ୟା ଯୋଗୁଁ ଅତି କମରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାଇଜର ରାଜ୍ୟର ରାଜଧାନୀ ମିତ୍ରାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ ମୁଖ୍ୟ ହୁସେନୀ ଇସା ଏହି ସୂଚନା ଦେଇଛନ୍ତି ।

ବନ୍ୟାରେ ମୋକଓ୍ବା ନାମକ ସହର ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ସ୍ରୋତରେ ବହୁ ଘର ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୧୧ ମୃତଦେହ ଜବତ ହୋଇସାରିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି।












Click it and Unblock the Notifications