ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ, ଜୀବନ୍ତ ଦଗ୍ଧ ହୋଇଗଲେ ୧୦୦ରୁ ଅଧିକ ଲୋକେ
ନୂଆଦିଲ୍ଲୀ: ନାଇଜେରିଆର ଏକ ତେଲ ଟ୍ୟାଙ୍କର୍ ମଝି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ବିସ୍ଫୋରଣ ଘଟି ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ନାଇଜେରିଆର ମାଜିୟା ଗାଁରେ ଏତେ ବଡ଼ ଘଟଣା ଘଟିଛି। ତୈଳ ବୋଝେଇ ଟ୍ୟାଙ୍କର ଡ୍ରାଇଭର ଗାଡ଼ିକୁ ପୋରଥାରକୋର୍ଟରୁ ୟୋବେ ରାଜ୍ୟର ନଗୁରୁକୁ ନେଇ ଯାଇଥିଲେ। ତେବେ ସେ ବାଟ ବାଉଳା ହୋଇ ତାଉରା ଅଧୀନ ମାଜିୟା ଗାଁରେ ପହଞ୍ଚି ଯାଇଥିଲେ। ରାତି ୧୨.୩୦ରେ ସେ ଗାଁରେ ପହଞ୍ଚିବା ପରେ କେଉଁ ଆଡ଼େ ଯିବେ ଜାଣି ପାରି ନଥିଲେ।ସେ ଆଗକୁ ଯାଉଥିବା ବେଳେ ହଠାତ୍ ଗାଡ଼ିଟି ଗାଁ ରାସ୍ତାରେ ଓଲଟି ପଡ଼ିଥିଲା।

ତେଲ ନେବା ପାଇଁ ଲୋକମାନେ ଗାଡି ଆଡକୁ ଦୌଡିଥିବା ବେଳେ ଏହି ଘଟଣା ଘଟିଥିଲା । ଜିଗାୱା ରାଜ୍ୟରେ ମଧ୍ୟରାତ୍ରିରେ ଏହି ବିସ୍ଫୋରଣ ଘଟିଥିଲା । ତେବେ ଡ୍ରାଇଭର ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସ କହିଛି । ଗାଡିଟି ଓଲଟିବା ପରେ ସ୍ଥାନୀୟ ଲୋକମାନେ ଟ୍ୟାଙ୍କରରୁ ଇନ୍ଧନ ବାହାର କରୁଥିଲେ। ଏହି ସମୟରେ ପ୍ରଚଣ୍ଡ ଶଦ୍ଧ ହୋଇ ବିସ୍ଫୋରଣ ଘଟିଥିଲା ।












Click it and Unblock the Notifications