ନାଇଜେରିଆରେ ତାଣ୍ଡବ ରଚିଛନ୍ତି ବନ୍ଧୁକଧାରୀ,୧୦୦ ଜଣଙ୍କ ମୃତ୍ୟୁ
ନାଇଜେରିଆର ମଧ୍ୟ ବେନ୍ୟୁ ରାଜ୍ୟ ୟେଲେବାଟା ଗାଁରେ ବନ୍ଧୁକଧାରୀଙ୍କ ବର୍ବରତା, କ୍ରୁରତା ସୀମା ପାର କରିଛି । ବନ୍ଧୁକଧାରୀ ବନ୍ଦ କୋଠରୀରେ ଲୋକଙ୍କ ଜିଅନ୍ତା ଜାଳି ଦେଇଛନ୍ତି । ଅତିକମ୍ରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଲୋକ ନିଖୋଜ ଅଛନ୍ତି । ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ବେନ୍ୟୁ ରାଜ୍ୟରେ ଅନେକ ସମୟରେ ରକ୍ତପାତ ହେଉଛି । ଏହାକୁ ତୁରନ୍ତ ରୋକିବାକୁ ଏବଂ ଅପରାଧୀଙ୍କୁ କାଠଗଡ଼ାକୁ ଅଣାଯିବା ଦରକାର ବୋଲି କହିଛନ୍ତି ନାଇଜେରିଆ ଅଧିକାରୀ । ଶୁକ୍ରବାର ବିଳମ୍ବିତ ରାତିରେରୁ ଶନିବାର ସକାଳ ଯାଏ ୟେଲେବାଟାରେ ଆକ୍ରମଣ କରିଥିବା ବନ୍ଧୁକଧାରୀଙ୍କ ଦ୍ୱାରା ଅତିକମ୍ରେ ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି । ଅନେକ ପରିବାରକୁ ଘରେ ବନ୍ଦ କରି ଜିଅନ୍ତା ଜାଳି ଦିଆଯାଇଛି ।

ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ । ହିଂସା ରୋକିବାକୁ ନାଇଜେରିଆ ଅଧିକାରୀଙ୍କ ବିଫଳତା ଲୋକଙ୍କ ଜୀବନ ଏବଂ ଜୀବିକାକୁ କ୍ଷତି ପହଞ୍ଚାଉଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ସ୍ଥିତି ଆଗକୁ ବିଗିଡ଼ିପାରେ । ଲୋକଙ୍କ ଜୀବନ ଯିବା ଆଶଙ୍କା କରାଯାଉଛି ।












Click it and Unblock the Notifications