For Quick Alerts
Turn On Notification  
For Daily Alerts
Oneindia App Download

ବ୍ରିଟେନ ରାଜଗାଦି ସମ୍ଭାଳିବେ ଯୁବରାଜ ଚାର୍ଲ୍ସ

ବ୍ରିଟେନ ରାଜଗାଦିରେ ବସିବେ ଯୁବରାଜ ଚାର୍ଲ୍ସ । 73 ବର୍ଷ ବୟସରେ ସବୁଠୁ ବୟସ୍କ ରାଜା ଭାବେ ରାଜଭାର ସମ୍ଭାଳିବେ ଚାର୍ଲ୍ସ ।

|

ଲଣ୍ଡନ: ବ୍ରିଟେନର ରାଜା ହେବେ ଯୁବରାଜ ଚାର୍ଲ୍ସ। ଗତକାଲି ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ଘଟିଥିଲା । ଏହାପରେ କିଏ ରାଜ୍ୟ ଭାର କିଏ ସମ୍ଭାଳିବ ସେନେଇ ଚର୍ଚ୍ଚା ହେଉଥିଲା । ତେବେ ଏହି ଚର୍ଚ୍ଚାର ଅନ୍ତ ଘଟିଛି । ମହାରାଣୀଙ୍କ ବଡ ପୁଅ ଚାର୍ଲ୍ସ 'ମହାରାଜ ଚାର୍ଲ୍ସ ତୃତୀୟ' ରୂପେ ରାଜମୁକୁଟ ପିନ୍ଧିବେ ।

PRINCE

ବ୍ରିଟେନ ରାଜଗାଦିରେ ବସିବେ ଯୁବରାଜ ଚାର୍ଲ୍ସ । 73 ବର୍ଷ ବୟସରେ ସବୁଠୁ ବୟସ୍କ ରାଜା ଭାବେ ରାଜଭାର ସମ୍ଭାଳିବେ ଚାର୍ଲ୍ସ । ଏନେଇ ଆଜି ଆନୁଷ୍ଠାନିକ ଭାବେ ହୋଇଛି ଘୋଷଣା । କେଉଁ ଦିନ ସେ ରାଜ୍ୟ ଭାର ଗ୍ରହଣ କରିବେ ସେ ନେଇ ତାରିଖ ସ୍ଥିର ହୋଇ ନାହିଁ । ଚାର୍ଲ୍ସ ରାଜଗାଦିରେ ବସିବା ପରେ ତାଙ୍କ ପତ୍ନୀ ରାଣୀ ହେବା ନେଇ ମହାରାଣୀ ଏଲିଜାବେଥ ପୂର୍ବରୁ ଘୋଷଣା କରିଥିଲେ ।

ମହାରାଣୀ ଏଲିଜାବେଥ ଦ୍ବିତୀୟ ଗୁରୁବାର ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅନେକ ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ବାଲମୋରାଲରେ ଚାଲିଥିଲା ଚିକିତ୍ସା । ପ୍ରାୟ 70 ବର୍ଷ ଧରି ବ୍ରିଟେନରେ ଶାସନ କରିଥିଲେ ମହାରାଣୀ ଏଲିଜାବେଥ ଦ୍ବିତୀୟ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prince Charles has been preparing for the crown his entire life. Now, at age 73, that moment has finally arrived.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X